ମାତ୍ର କିଛି ସମୟର ଅପେକ୍ଷା ଭାରତରେ ଆସିବ ଡିଜିଟାଲ ଟଙ୍କା ା ଡିଜିଟାଲ ମୁଦ୍ରାର ପ୍ରଥମ ଟଙ୍କା ବଜାରକୁ ଆସିବ ା ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ଭାବେ ଜଣାଯିବ ା ଏହା ରିଜର୍ଭ ବ୍ୟାଙ୍କର ଋଣ ଦେବା ଏବଂ ନେବାକୁ ବୃଦ୍ଧି କରିବାରେ ଏକ ବଡ ଭୂମିକା ନେବ ା ଡିଜିଟାଲ ଟଙ୍କାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ରୋଚକ କଥା ା
ବିଶେଷଜ୍ଞଙ୍କ କହିବା କଥା, ଡିଜିଟାଲ ଟଙ୍କା ବର୍ତ୍ତମାନର ମୁଦ୍ରା ସହ କୌଣସି ପ୍ରତିଯୋଗିତା କରିବ ନାହିଁ ା ଏହା ଟଙ୍କା ନେଣଦେଣର ଗୋଟିଏ ନୂଆ ଉପାୟ ସାଜିବ ା ଏହା ପାରମ୍ପରିକ ଡିଜିଟାଲ ନେଣଦେଣ ଠାରୁ ବେସ ସୁବିଧାଜନକ ା ଏଥିରେ ଆପଣ ବ୍ୟାଙ୍କରୁ ଡିଜିଟାଲ ମୁଦ୍ରା କିଣିବା ସହ ୱାଲେଟ ଜରିଆରେ ନେଣଦେଣ କରିପାରିବେ ା ଏହା ଗୋଟିଏ କଳା ଚେନରେ ଡିଜିଟାଲ ଟୋକନ ଭଳି ମୁଦ୍ରା ଅଟେ ା
ଡିଜିଟାଲ ମୁଦ୍ରା ୟୁପିଆଇ ତୁଳନାର ସମ୍ପୂର୍ଣ୍ଣ ଭିନ୍ନ ଯାହା ଆପଣଙ୍କ ବ୍ୟାଙ୍କ ଖାତାରୁ ନେଣ ଦେଣ ହୋଇଥାଏ ା ଖୁଚୁରା ସିବିଡିସି ଜରିଆରେ ଆପଣ କୌଣସି ବ୍ୟାଙ୍କରେ ସାମିଲ ନହୋଇ ମଧ୍ୟ ନେଣଦେଣ କରିପାରିବେ ା ଡିଜିଟାଲ ମୁଦ୍ରା ସାଧାରଣ ମୁଦ୍ରା ଭଳି ମୂଲ୍ୟବାନ ହୋଇଥାଏ ା ଖୁଚୁରା ଡିଜିଟାଲ ମୁଦ୍ରାକୁ ଦୁଇଟି ସ୍ତରରେ ଭଗବଣ୍ଟା ଯାଇଥାଏ ା ପ୍ରଥମ ଚରଣରେ ଆରବିଆଇ ଚାରି ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ ଏବଂ ଆଇଜିଏଫସି ଫାଷ୍ଟ ବ୍ୟାଙ୍କରେ ଡିଜିଟାଲ ଟଙ୍କାର ବିତରଣ କରିବେ ା ଏହା ପରେ ବ୍ୟାଙ୍କ ଉପଭୋକ୍ତାଙ୍କୁ ଡିଜିଟାଲ ମୁଦ୍ରା ବିତରଣ କରିବେ ା ଏଥିରେ ସାମିଲ ବ୍ୟାଙ୍କକୁ ମୋବାଇଲ ଫୋନରେ ଉପଲବ୍ଧ ଡିଜିଟାଲ ୱାଲେଟ ଜରିଆରେ ଆପଣ ନେଣଦେଣ କରିପାରିବେ ା
ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ....
ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା ସ୍ତରୀୟ ଏହି ଉତ୍ସବ କୁ ଉଦଘାଟନ କରି ଅ....
୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧାଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜିବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନ....
*ଦେଶରେ_ଜାରି_ହେବ_୭୫_ଟଙ୍କା_କଏନ* ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ କଏନ ଆସନ୍ତା ମେ' ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ ୭୫ ଟଙ୍କା କଏନ୍ର ଗୋଟିଏ ପଟେ ସଂସଦ ଭବନ ସହ ‘ସଂସଦ ....
Join our newsletter and get updates in your inbox. We won't spam you and we respect your privacy.