୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧାଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜିବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଚାଲିଥିବା ସମୟରେ ମତ୍ସ୍ୟଜିବୀ ସଂଘ ଓ ପ୍ରଶାସନ ମୁହାଁ ମୁହିଁ ହୋଇଥିଲେ ଓ ପୋଲିସ ଗୁଳିରେ ଜଣେ ମହିଳା ସମେତ ୫ଜଣ ମତ୍ସ୍ୟଜୀବିଙ୍କ ମୃତ୍ୟୁ ହୋଇଥିଲା। ସେଇ ଦିନଠାରୁ ସଂଘ ଏହାକୁ ପ୍ରତ୍ୟକ ବର୍ଷର ଏଇ ଦିନକୁ ସହିଦ ଦିବସ ରୂପେ ପାଳନ କରୁଛି। -ଆଜି ଅପରାହ୍ନରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମରେ ଖୋର୍ଦ୍ଧା,ଗଂଜାମ ଓ ପୁରୀ ଜିଲ୍ଲାର ୧୪୭ ମତ୍ସ୍ୟଜିବି ଗ୍ରାମର ପ୍ରତିନିଧିଙ୍କ ଉପସ୍ଥିତରେ ୨୪ତମ ସହିଦ ଦିବସ ପାଳନ ଅବସରରେ ଚିଲିକା ଗଭୀର ମୁହାଣ ପାରମ୍ପରିକ ଗଣପରିଷଦର ସଭାପତି, ଚିଲିକା ମତ୍ସ୍ୟଜୀବି ସଂଗଠନର ସଭାପତି ରବି ବେହେରା ଉପସ୍ଥିତ ରହି ଚିଲିକାର ସମସ୍ୟା ଓ ଏଥିରୁ ଜୀବନ ଜିବୀକା ନିର୍ବାହ କରୁଥିବା ଖୋର୍ଦ୍ଧା,ଗଂଜାମ ଓ ପୁରୀର ମତ୍ସ୍ୟଜୀବି ସବୁକିଛି ହରାଇ ବସିଛନ୍ତି। ସରକାରଙ୍କୁ ବହୁ ଆବେଦନ କରିଛନ୍ତି କିନ୍ତୁ ସମସ୍ତେ ଅଣଦେଖା କରିବା ସହ ମତ୍ସ୍ୟଜିବୀ ପରିବାରଙ୍କ ପେଟକୁ ନାତ ମାରିଛନ୍ତି। ତେଣୁ ଚିଲିକାର ପ୍ରାସଙ୍ଗିକ ଓ ଜଡିତ ଥିବା ବ୍ୟବସ୍ଥା ଯଥା ଚିଲିକାରୁ ସୈରାତ ଉଠାଇବା,ଚିଲିକାକୁ ସଂଯୋଗ କରୁଥିବା ଦୁଇ ମୂହାଣର ପ୍ରସ୍ତୁତି, ଗଭୀର ଚିଲିକାରେ ସରୁଜାଲ ପକାଇ ମତ୍ସ୍ୟ ସଂପଦକୁ ନଷ୍ଟ କରୁଥିବାରୁ ତାହା ସଂପୂଣ୍ଣ ବନ୍ଦ କରିବା ଓ ଘେରୀମୁକ୍ତ ଚିଲିକା କରିବାକୁ ସରକାରଙ୍କୁ ପୁନଶ୍ଚ ଅବଗତ କରାଇବା ସହ ନିବେଦନ କରିଛନ୍ତି ଗଣମାଧ୍ୟମ ଜରିଆରେ। ଆଗାମୀ ଦିନରେ ଯଦି ଏହାର ବିଚାର ସରକାର ନ କରନ୍ତି ତେବେ ମତ୍ସ୍ୟଜିବୀ ସଂଗଠନ ଖୋର୍ଦ୍ଧା, ଗଂଜାମ ଓ ପୁରୀ ରାଜରାସ୍ତାକୁ ଓହ୍ଲାଇବେ ଏ ସୂଚନା ଦେଇଛନ୍ତି ଉପସ୍ଥିତ ସଂଗଠନର କର୍ମକର୍ତା।
ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ....
ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା ସ୍ତରୀୟ ଏହି ଉତ୍ସବ କୁ ଉଦଘାଟନ କରି ଅ....
୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧାଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜିବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନ....
*ଦେଶରେ_ଜାରି_ହେବ_୭୫_ଟଙ୍କା_କଏନ* ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ କଏନ ଆସନ୍ତା ମେ' ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ ୭୫ ଟଙ୍କା କଏନ୍ର ଗୋଟିଏ ପଟେ ସଂସଦ ଭବନ ସହ ‘ସଂସଦ ....
Join our newsletter and get updates in your inbox. We won't spam you and we respect your privacy.