ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି ।

ସେପଟେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ଜଣ ପର୍ଯ୍ୟଟକଙ୍କୁ ବନ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଓ ପୋଲିସ ସହାୟତାରେ ୩୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମହେନ୍ଦ୍ରଗିରିର ପାଦଦେଶ ବୁରୁଖତରେ ପହଞ୍ଚାଯାଇଛି । ବର୍ତ୍ତମାନ ସେମାନେ ସବୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।

ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ। ତେବେ ଲଘୁଚାପଜନିତ ବର୍ଷା ଯୋଗୁଁ ପର୍ଯ୍ୟଟକ ମାନେ ଫସିଯାଇଥିଲେ । ଭୂସ୍ଖଳନ ଓ ପାଣି ସୁଅ ଯୋଗୁଁ ଫସିଥିଲେ । ସମସ୍ତ ପର୍ଯ୍ୟଟକ କଟକ-ଭୁବନେଶ୍ବର ଅଞ୍ଚଳର ହୋଇଥିବା ସୂଚନା ରହିଛି। ଉଦ୍ଧାର ପରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି।

ସେହିପରି ମୋହନାରେ ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ମାଟି ଅତଡ଼ା, ପଥର ଖଣ୍ଡ। ଲୁହାଗୁଡ଼ିରୁ ବାଲିବାଡ଼ ମଧ୍ୟରେ ମାଟି ଅତଡ଼ା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି। ବର୍ଷା କମି ଯାଇଥିଲେ ବି ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ବଂଶଧାରା ନଦୀ ଫୁଲିବାରେ ଲାଗିଛି । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରଶାସନକୁ ମାର୍ଗଦର୍ଶନ ଦେବେ। ସେ ମହେନ୍ଦ୍ରଗିରି ସମେତ ଭୂସ୍ଖଳନ ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସମ୍ଭାବନା ରହିଛି ।

ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ

ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  ଧାମନଗର,(ସ.ପ୍ର): ଧାମନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ବିଶେଷକରି ଧୂଷୁରୀ ଅଞ୍ଚଳରେ ବନ୍ୟାର ପ୍ରକୋପ ଅତ୍ୟନ୍ତ ଗମ୍....

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା

ବାରିପଦା,୨୧ା୮: ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଓ ସ୍ଥାନୀୟ ମହିଳା କାରିଗରଙ୍କ ହାତତିଆରି ପରିବେଶ ଅନୁକୂଳ ରାଖୀ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବାରିପଦାସ୍ଥିତ ବୟନିକା ବିକ୍ରୟ ....

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୨/୦୮:  ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କ....

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର : ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏ I ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.