ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ

ଅସ୍ତରଙ୍ଗ, (ପ୍ରସାର ଖୁଣ୍ଟିଆ):  ଶନିବାର ଅସ୍ତରଙ୍ଗ ପଞ୍ଚାୟତ ସମିତିର ଷଷ୍ଠ ତମ ବୈଠକ ଅଧ୍ୟକ୍ଷା ଆରତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କାକଟପୁର ବିଧାୟକ ତୁଷାର କନ୍ତି ବେହେରା, ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ବ୍ଲକ ଉପାଧକ୍ଷ ଦୁର୍ଜ୍ଜୟ ମିଶ୍ର,୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ବିଡ଼ିଓ ସସ୍ମିତା ବେହେରା, ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଅସ୍ତରଙ୍ଗ ବ୍ଲକର ୧୫ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ସମିତିସଭ୍ୟଙ୍କ ସହ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତରେ ପଞ୍ଚାୟତ ସମିତି ଦ୍ୱାରା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷା, ପରିମଳ, ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଭତ୍ତା, ଆବାସ ଯୋଜନା ଓ ଗମନାଗମନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଏହି ପଞ୍ଚାୟତର ବିକାଶ ଓ ଆର୍ଥିକ ବଜେଟ ଉପରେ ଆଲୋଚନା କରାଯାଇଛି।ରାସ୍ତା ମରାମତି ବେଳେ ବିଭିନ୍ନ ସ୍ଥାନରେ ଖୋଳିଦେବାରୁ ଖାଲଖମା ସୃଷ୍ଟିହେବାରୁ ଦୁର୍ଘଟଣା ଘଟିବା, ଜଳଯୋଗାଣ ପାଇପ୍ ଫାଟି ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକ ସୃଷ୍ଟିହେବା ସଂପର୍କରେ ବୈଠକରେ ଅଭିଯୋଗ ହେବାରେ ସେ ସବୁ ସୁଧାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତାଳଦା ପଞ୍ଚାୟତକୁ ମେଗା ପାନୀୟ ଜଳ ଯୋଗାଣରେ ସଂଯୋଗ କରିବା ପ୍ରସ୍ତାବ ଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ରାସ୍ତାରେ ଗାଈଗୋରୁ ଦୁର୍ଘଟଣା ପରେ ବିଳମ୍ବରେ ପ୍ରାଣୀ ଧାନ ବିଭାଗର ଆମ୍ବୁଲାନ୍ସ ପହଞ୍ଚିଥିବା ନେଇ ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ଵାଇଁ ଅଭିଯୋଗ କରିଥିଲେ। ସେହିପରି ୨୫ ଲକ୍ଷ ଖର୍ଚ୍ଚ ହେଲେ ମଧ୍ୟ ପୂର୍ବତ୍ତନ କ୍ରୀଡା ମନ୍ତ୍ରୀ ତଥା ବର୍ତ୍ତମାନର କାକଟପୁର ବିଧାୟକ ତୁଷାର କାନ୍ତୀ ବେହେରାଙ୍କ ସମୟରେ ଆଳଙ୍ଗପୁର ସ୍ଥିତ ମିନି ଷ୍ଟାଡିୟମ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନପାରିବା ଘଟଣାକୁ ସରପଞ୍ଚ ଶ୍ରୀ ସ୍ୱାଇଁ ବୈଠକରେ ଉଠାଇଥିଲେ। ବିଭିନ୍ନ ଅଭିଯୋଗ ଓ ଗ୍ରାମ ସଭାର ତାଲିକା ମୁତାବକ ଆଜିର ବୈଠକରେ କେତେକ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ନିୟୋଜିତ କୃଷକ ସାଥୀ ସଠିକ୍ କାର୍ଯ୍ୟ କରୁନଥିବା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯ୍ୟୋୟ ମିଶ୍ର ପ୍ରଶ୍ନ ଉଠାଇ  ଏହାକୁ କୃଷି ଓ ଉଦ୍ୟାନ କୃଷି ବିଭାଗ ଗୁରୁତ୍ୱ ଦେବାକୁ ଦାବି କରିଥିଲେ ।ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଯାଉଥିବା ଅଭିଯୋଗ ହେବାରୁ ଗାଁ ଗଣ୍ଡାରେ ଥିବା ଅଙ୍ଗନବାଡ଼ି ଜରିଆରେ ପଞ୍ଚାୟତ ସ୍ତରରେ ରିପୋର୍ଟ ନେଇ ସାମାଜଜିକ ସୁରକ୍ଷା ବିଭାଗ ଏଥିପ୍ରତି ସଚେତନ ହେବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଶିକ୍ଷକଙ୍କ ବଦଳି,ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗରେ ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ପରାମର୍ଶ ଦିଆ ଯାଇଛି ।ବୈଠକରେ ଉପସ୍ଥିତ କାକଟପୁର ବିଧାୟକ ଶ୍ରୀ ବେହେରାଙ୍କୁ ସାଂସଦଙ୍କ ପ୍ରତିନିଧି ଶ୍ରୀ ଛାଟୋଇ ବିଭିନ୍ନ ଘଟଣାକୁ ନେଇ ପ୍ରଶ୍ନ ବାଣରେ ଘାଇଲା କରିଥିଲେ। ଶାନ୍ତିଶୃଙ୍ଖଳାର ସହ ସମିତି ବୈଠକ ଶେଷ ହୋଇଥିଲା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସେମାନଙ୍କର ଦାବି ଓ ଅଭିଯୋଗ ଉପସ୍ଥାପନ କରି ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ

ଅସ୍ତରଙ୍ଗ, (ପ୍ରସାର ଖୁଣ୍ଟିଆ):  ଶନିବାର ଅସ୍ତରଙ୍ଗ ପଞ୍ଚାୟତ ସମିତିର ଷଷ୍ଠ ତମ ବୈଠକ ଅଧ୍ୟକ୍ଷା ଆରତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କାକଟପୁର ବିଧାୟକ ତୁଷାର କନ୍ତି ବେ....

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା

ଦଶହରା ଦୁର୍ଗାମେଢ଼ଗୁଡ଼ିକୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ....

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

ପୁଣି ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନ ଜବତ ହୋଇଛି । ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହ....

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.