ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୨/୦୮:  ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏମ୍‌ଏମ୍‌ଡିଆର୍ ୧୯୫୭ ମସିହାରୁ ଯାହା ଚାଲିଆସିଛି, ସେଥିରେ କିଛି ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ବିଲ୍ ଆଗତ କରାଯାଇଥିଲା, ଯାହା ଅଗଷ୍ଟ ୧୨ ଏବଂ ୧୩ ତାରିଖ ଦିନ ପ୍ରଥମେ ଲୋକସଭା ଏବଂ ପରବର୍ତୀ ଅବସ୍ଥାରେ ରାଜ୍ୟସଭାରେ ଗୃହିତ ହେଇସାରିଛି ଏବଂ ମହାମହିମ ରାଷ୍ଟ୍ରପତି ଦସ୍ତଖତ କରିବା ପରେ  ବହୁଶୀଘ୍ର ତାହା ଆଇନ୍‌ରେ କାର୍ଯ୍ୟକାରୀ ହେବ । ଖଣି ହେଉଛି ଜାତୀୟ ସମ୍ପତି ଏହାର ସୁବିନିଯୋଗ କରିବା ପାଇଁ  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଲକ୍ଷ୍ୟ ରଖିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ସେହି ବିକଶିତ ଭାରତରେ ଖଣିଜ ସମ୍ପଦର ସଦୁପଯୋଗ ସହ ଭାଲ୍ୟୁ ଆଡେଡ୍ କରିବା ପାଇଁ ଏହି ଚମତ୍କାର ଆଇନ୍ ଅଣାଯାଇଛି । ପୂର୍ବରୁ ଖଣି କର ବ୍ୟବସ୍ଥାରେ ଯେଉଁ ବ୍ୟବସ୍ଥା ଥିଲା ତାକୁ ଅଧିକ ଶୃଙ୍ଖଳିତ କରିବା  ପାଇଁ ଏହି ଆଇନ ଅଣାଯ।।ଇଛି । ଏହାଦ୍ୱାରା ଓଡ଼ିଶା ସମେତ ସମସ୍ତ ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଏବଂ ସର୍ବୋପରି ଦେଶ ଲାଭବାନ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ କହିଛନ୍ତି । 

ଶ୍ରୀ ତ୍ରିିପାଠୀ କହିଛନ୍ତି ଯେ, ବିରୋଧୀ ଓଡ଼ିଶାକୁ ମିଳୁଥିବା ଲାଭ ବିଷୟରେ ନକହି  ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ଜିଏସ୍‌ଟି ଲାଗୁ ସମୟରେ ମଧ୍ୟ ବିରୋଧୀ ଏହି ପ୍ରକାର ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ୨୦୧୬ ମସିହାରେ ଓଡ଼ିଶା ଟ୍ୟାକ୍ସ ଆକାରରେ ପାଖାପାଖି ୧୫,୦୦୦ କୋଟି ଟଙ୍କା ପାଉଥିଲାବେଳେ ଜିଏସ୍‌ଟି ଲାଗୁ କାରଣରୁ  ଚଳିତ ବର୍ଷ ୬୦,୯୨୮ କୋଟି ଟଙ୍କା ପାଇଛନ୍ତି । ଏବେ ଏମ୍‌ଏମ୍‌ଡିଆର ଆଇନ୍‌ରେ ହୋଇଥିବା ସଂଶୋଧନ ଉପରେ ମଧ୍ୟ ସେଭଳି ଅପପ୍ରଚାର କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପୂର୍ବରୁ ଖଣି ଟିକସ ବାବଦରେ ଓଡ଼ିଶା ସରକାରଙ୍କୁ ପାଖାପାଖି ୫,୦୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ୨୦୧୫ରେ ଏମ୍‌ଏମ୍‌ଡିଆର୍ ଆଇନ୍ ସଂଶୋଧନ ହେବା ପରେ ଖଣି ନିଲାମ ଏବଂ ଅନ୍ୟାନ୍ୟ ସୂତ୍ରରୁ ଓଡ଼ିଶା ସରକାର ପାଖାପାଖି ୧୦ ଗୁଣା ଅର୍ଥାତ୍ ୫୦,୦୦୦ କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଛନ୍ତି । ୨୦୧୪-୧୫ରେ ଯେତେବେଳେ ଏହି ଆଇନ୍‌ରେ ସଂଶୋଧନ ହୋଇଥିଲା, ସେତେବେଳେ ତତ୍କାଳୀନ ଓଡ଼ିଶା ସରକାର ଏହାକୁ ଘୋର ବିରୋଧ କରିଥଲେ । ଓଡ଼ିଶାର କ୍ଷତି ହେଇଯିବ ବୋଲି ପ୍ରଚାର କରିଥିଲେ । କିନ୍ତୁ ଫଳ ଓଡ଼ିଶା ସପକ୍ଷରେ ଗଲା । ଯେବେଠାରୁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ଦାୟିତ୍ୱ ନେଇଛନ୍ତି, ସେବେଠାରୁ କୌଣସି ରାଜ୍ୟର କ୍ଷତି ହେବାକୁ ସେ ଦେଇନାହାନ୍ତି । ବିଶେଷ କରିି ପୂର୍ବ ଭାରତ ଏବଂ ଓଡ଼ିଶା ତାଙ୍କ ସମୟରେ ଆର୍ôଥକ ଦୃଷ୍ଟିରୁ ଏବଂ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ସବୁଠାରୁ ଅଧିକ ଲାଭବାନ ହୋଇଛି । 

ଅପରପକ୍ଷେ ବିଜେଡି ସରକାର ଶାସନ ବ୍ୟବସ୍ଥାରେ ଥିଲାବେଳେ ଓଡ଼ିଶାରେ ସବୁଠାରୁ ମହାଦୁର୍ନୀତି ଖଣି ଦୁର୍ନୀତି ହେଇଥିଲା । ଏକଥା ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ମଦନ ବି. ଲୋକୁର, ୨୦୧୭ ମସିହାରେ କେସ୍ ନଂ. ଡବଲ୍ୟୁପିସି ୧୧୪/୨୦୧୪, କମ୍‌ନ କଜ୍ ବନାମ୍ ଗର୍ଭରମେଂଟ ଅଫ୍ ଇଣ୍ଡିଆର ଶୁଣାଣି ବେଳେ କହିଥିଲେ । ଆଉ ଆଜି କ’ଣ ପାଇଁ ତତ୍କଳୀନ ମୁଖ୍ୟମନ୍ତ୍ରୀ ଭଦ୍ରଲୋକି ଦେଖେଇ ହେଉଛନ୍ତି ? ଶାହା କମିଶନର ରିପୋର୍ଟ ଅନୁଯାୟୀ ଖଣି ଦୁର୍ନୀତି ଯୋଗୁ ଓଡ଼ିଶା ଯେଉଁ ବ୍ୟାପକ କ୍ଷତିଗ୍ରସ୍ତ ହେଲା ସେଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱାଧୀନ ସରକାର କ’ଣ କରିଛନ୍ତି ତାର ଉତର ଦିଅନ୍ତୁ? ପୂର୍ବରୁ ବିଭିିିନ୍ନ ରାଜ୍ୟର ସରକାରମାନେ ଟିକସ ନାଁରେ ଅନେକ ପ୍ରକାର କର ଲଗାଉଥିଲେ । ଏହି କରରେ କୌଣସି ସମାନତା ନଥିଲା । ଦେଶରେ ଏହି କର ଊପରେ ଗୋଟିଏ ପ୍ରକାର ସମାନତା ଆଣିବା ପାଇଁ  ମୋଦି ସରକାର ଏହି ଆଇନକୁ ସଂଶୋଧନ କରିଛନ୍ତି । ପୂର୍ବରୁ ରାଜ୍ୟମାନେ କର ବାବଦରେ ଯେଉଁ ପ୍ରକାର ସିଧାସଳଖ ୯୦ ପ୍ରତିଶତ ଖଣିଜ ସମ୍ପଦରୁ ପାଇପାରୁଥିଲେ, ଏବେ ମଧ୍ୟ ସେହି ପ୍ରକାର ପାଇପାରିବେ । ଅନ୍ୟାନ୍ୟ ହିସାବକୁ ଦେଖିଲେ ପାଖାପାଖି ୯୬ ପ୍ରତିଶତ ଅର୍ଥ ରାଜ୍ୟମାନେ ପାଇବେ । କେନ୍ଦ୍ର ମାତ୍ର ୪ ପ୍ରତିଶତ ଅର୍ଥ ଯାହା ଆଗରୁ ପାଉଥିଲା ସେଇ ପ୍ରତିଶତ ପାଇବ । ଏହି ଶୃଙ୍ଖଳିତ କର ବ୍ୟବସ୍ଥା ହେଲେ କିଛି ଲୋକଙ୍କର କାହିଁକି ଅସୁବିଧା ହେଉଛି ତାହା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି ।

ଖଣିଜ ପଦାର୍ଥ ଥିବା ଜମିର ବାର୍ଷିକ ମୂଲ୍ୟ ଉପରେ ୨୦ ପ୍ରତିଶତ ଟିକସ ଆଦାୟ ପାଇଁ ତତ୍କାଳୀନ ବିଜେଡି ସରକାର ୨୦୦୪ ମସିହାରେ ଓରିସେଡ୍ ଆକ୍ଟ ଆଣିଥିଲେ, ୨୦୦୫ ଡିସେମ୍ବର ମାସ ୫ ତାରିଖରେ ଓଡ଼ିଶା ହାଇକୋର୍ଟ ତାକୁ ରଦ୍ଦ କରିଦେଲେ, ସେମାନେ ତା’ ପରବର୍ତୀ ଅବସ୍ଥାରେ ପାଖାପାଖି ୧୮ ବର୍ଷ ଧରି କ୍ଷମତାରେ ରହିଲେ ଏବଂ କେବଳ କେସ୍‌କୁ ଗଡ଼େଇ ଚାଲିଲେ ମାତ୍ର ଜିତିବାକୁ ଉଦ୍ୟମ କଲେ ନାହିଁ ।  ଆଜି ମଧ୍ୟ ସେହି କେସ୍ ଚାଲିଛି । ସେ ସମୟରେ କେନ୍ଦ୍ରରେ କଂଗ୍ରେସର ସରକାର ଥିଲା ଏବଂ କେନ୍ଦ୍ର ସରକାରଙ୍କ ଏକ ପିଏସ୍‌ୟୁ ଏହି କେସ୍ କରିଥିଲା । ଆଜି ସେଇ କଂଗ୍ରେସ ସହ ମିଶି ବିଜେଡି ଯେଉଁ ପ୍ରକାର ନାଟକ କରୁଛି, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।

ଏମ୍‌ଏମ୍‌ଡିଆର୍ ଆଇନ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବରଂ ଲାଭ ହେବ । ଓଡ଼ିଶାରେ ନିବେଶ ଆସିବ । ଖଣିକୁ ଆୟୁଦ୍ଧ କରି ଗଢ଼ିଉଠୁଥିବା ବିଭିନ୍ନ ଶିଳ୍ପ ମଧ୍ୟ ଓଡ଼ିଶାରେ ବିକଶିତ ହେବ, ଯାହାର ଲାଭ ଓଡ଼ିଶାର ଯୁବକମାନେ ପାଇବେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ପ୍ରକାର କର ଆକାରରେ ଲାଭବାନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । 

ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ

ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  ଧାମନଗର,(ସ.ପ୍ର): ଧାମନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ବିଶେଷକରି ଧୂଷୁରୀ ଅଞ୍ଚଳରେ ବନ୍ୟାର ପ୍ରକୋପ ଅତ୍ୟନ୍ତ ଗମ୍....

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା

ବାରିପଦା,୨୧ା୮: ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଓ ସ୍ଥାନୀୟ ମହିଳା କାରିଗରଙ୍କ ହାତତିଆରି ପରିବେଶ ଅନୁକୂଳ ରାଖୀ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବାରିପଦାସ୍ଥିତ ବୟନିକା ବିକ୍ରୟ ....

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୨/୦୮:  ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କ....

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର : ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏ I ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.