ମାଲକାନଗିରି ତା ୧୩/୦୫(ସତ୍ୟ ନାରାୟଣ ଦାଶ) ରାଜ୍ୟରେ ପ୍ରଥମ ପ୍ରର୍ଯାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବା ବେଳେ ଏହି କ୍ରମରେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାତା ମାନେ ଉତ୍ସାହର ସହ ମତଦାନ କରିଛନ୍ତି । ଆଜି ଜିଲ୍ଲାର ମୋଟ ୫୪୭ଟି ମତଦାନ କେନ୍ଦ୍ରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମତଦାନ ପାଇଁ ଲୋକଙ୍କ ଲମ୍ବା ଲାଇନ ଓ ପ୍ରବଳ ଉତ୍ସାହ ଗଣତନ୍ତ୍ରର ଏହି ମହାନ ପର୍ବର ମହତ୍ଵକୁ ପ୍ରତିପାଦନ କରୁଥିଲା । ତେବେ ମାଲକାନଗିରି ଜିଲ୍ଲା ଏକ ମାଓ ଉପଦ୍ରବ ଜିଲ୍ଲା ଭାବେ ପୂର୍ବରୁ ପରିଗଣିତ ହେଉଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଅନେକ ସୁଧାର ଆସିବା ସହ ମାଓ ମୁକ୍ତ ହେଉଥିବାରୁ ଜିଲ୍ଲାର ଅନେକ ଆଭ୍ୟନ୍ତରିଣ ଅଞ୍ଚଳରେ ବୀନା ଭୟ ମନ ଖୋଲି ଭୋଟ ଦେବାକୁ ଆଗଭର୍ର ହେଉଥିବା ଦେଖିବାକୁ ମିଳିଛି । ଏହାସହ ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ ରେ ଥିବା ଅନେକ ଗ୍ରାମରେ ଲୋକେ ପ୍ରଥମ ଥର ପାଇଁ ଇଭିଏମ ମେସିନ ଦ୍ଵାରା ମତଦାନ କରିଥିବା ବେଳେ ଅନେକ ମତଦାତା ପ୍ରଥମ ଥର ପାଇଁ ନିଜ ଗ୍ରାମରେ ହିଁ ମତଦାନ କରିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ସ୍ଵାଭିମାନ ଅଞ୍ଚଳରେ ଲୋକେ ବେସ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆଜି ମତଦାନ କେନ୍ଦ୍ରରେ ମତଦାତା ମାନେ ସକାଳୁ ମତଦାନ ପାଇଁ ଯାଇଥିବା ବେଳେ କିଛି ମତଦାନ କେନ୍ଦ୍ରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିବା ବେଳେ ଏହାର ତ୍ଵରିତ ସମାଧାନ ଉପରେ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ନେଇ ସମାଧାନ କରିଥିଲେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଜିଲ୍ଲାରେ ମୋଟ ୬୫.୮୮ ପ୍ରତିଷ୍ଟ ମତଦାନ ହୋଇଥିବା ବେଳେ ମତଦାନ ଜାରି ରହିଥିବା ଦେଖିବାକୁ ମିଳିଛି ।
ମାଲକାନଗିରି ଜିଲ୍ଲାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ମୋକ ପୋଲିଂ ଆରମ୍ଭ ନହେଉଣୁ ହିଁ ଭୋଟର ମାନେ ଧାଡି ଲଗେଇବା ଆରମ୍ଭ କରିଦେଇଥିଲା । ସମସ୍ତ ବୁଥରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ମତଦାନ କରି ଲୋକେ ଅନେକ ଉତ୍ସାହିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରଭାହ ସତ୍ବେ ଲୋକେ ଘରୁ ବାହାରି ମତଦାନ ପାଇଁ ଆଗକୁ ଆସିବା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଥିଲେ । ମତଦାତାଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ମତଦାନ ସମୟ ଶେଷ ହୋଇଥିବା ସତ୍ବେ ମଧ୍ୟ ସହ ସହ ସଂଖ୍ୟାରେ ମତଦାତା ମତଦାନ କେନ୍ଦ୍ର ପରିସରରେ ଧାଡିବାନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବିଶେଷ କରି ବୃଦ୍ଧା ଓ ବୟସ୍କ ଭୋଟର ମାନେ ମଧ୍ୟ ଧାଡିରେ ଛିଡା ହୋଇ ମତଦାନ କରିବା ଓ ଦିବ୍ୟାଙ୍ଗ ମାନେ ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଅଧିକ ଉତ୍ସାହ ଓ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କ ପରି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଓ ଏସପି ନିତେଶ ୱାଧୱାନି ମଧ୍ୟ ଲୋକଙ୍କ ସହ ମିଶି ଲମ୍ବା ଧାଡିରେ ରହି ମତଦାନ କରିଥିଲେ । ଯାହାକି ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ସମ୍ମାନ ବୃଦ୍ଧି କରିଥିଲା । ଉଭୟ ଅଧିକାରୀ ଚାହିଁଥିଲେ ସ୍ଵତନ୍ତ୍ର ରୂପେ ଖୁବ କମ ସମୟ ମଧ୍ୟରେ ମତଦାନ କରି ପାରିଥାନ୍ତେ, କିନ୍ତୁ ସେମାନେ ସାଧାରଣ ଲୋକଙ୍କ ପାରି ହିଁ ଧାଡିରେ ରହି ଭୋଟ ଦେଇ ନିଆରା ଉଦାହରଣ ସୃଷ୍ଟି କରିଥିଲେ । ମତଦାନ ବଢାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଯୁବ ପିଢୀ ଓ ମହିଳାଙ୍କୁ ଆକୃଷ୍ଠ କରିବା ପାଇଁ ମାଲକାନଗିରି ଜିଲ୍ଲାରେ ୩୦ଟି ଶଖି ବୁଥ ଓ ୧୦ଟି ୟଙ୍ଗ ବୁଥ କରଯାଇଥିଲା । ଶଖି ବୁଥରେ କେବଳ ମହିଳା କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ମହିଳା ମାନଙ୍କୁ ଅଧିକ ଆକୃଷ୍ଠ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ୟଙ୍ଗ ବୁଥରେ ୩୦ ବର୍ଷରୁ କମ ବୟସ୍କ ତଥା ଯୁବା କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ଯୁବ ପିଢୀର ଭୋଟରଙ୍କୁ ବେସ ଆକୃଷ୍ଠ କରିପାରିଥିବା ଦେଖିବାକୁ ମିଳିଛି ।
ନୂତନ ପ୍ରୟୋଗ କବିତାକୁ ଆହୁରି ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....
ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....
ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମର....
Join our newsletter and get updates in your inbox. We won't spam you and we respect your privacy.