ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ #
ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ । ବିଜେଡ଼ି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ଲିକ ଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡ଼ି ଦେଉ । ତାଙ୍କ ସମୟରେ ସରକାର ଓ ବିଜେଡ଼ି ଦଳର ପ୍ରୋତ୍ସାହନରେ ପରୀକ୍ଷା ଦୁର୍ନୀତି ହେଉଥିଲା । କାହାର ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରୀ ନିଶ୍ଚିତ ମିଳୁଥିଲା ତାହା ମଧ୍ୟ ଓଡ଼ିଶା ଲୋକ ଜାଣିଛନ୍ତି । ବିଜେପି ସରକାର ଆସିଲା ପରେ କିଏ ଗିରଫ ହୋଇଛନ୍ତି ତାହା ବି କାହାକୁ ଅଛପା ନାହିଁ । ବିଜେଡ଼ି ନିଜେ ଆଗ ୨୪ ବର୍ଷ ଶାସନର ଆତ୍ମ ସମୀକ୍ଷା କରୁ, ତାପରେ ସମାଲୋଚନା କରିବେ । ତେଣୁ ଗପ କହିବାର କିଛି ମାନେ ନାହିଁ । ତଦନ୍ତ ସରିଲେ ହିଁ ଜଣାପଡିବ କାହାର ସଂପୃକ୍ତି ଅଛି । ତେବେ ଯାହାର ବି ସଂପୃକ୍ତି ଥିବ, ସେ ଯେତେ ବଡ଼ ଲୋକ ହୋଇଥାନ୍ତୁ ନା କାହିଁକି ଦଣ୍ଡିତ ହେବେ । ହେଲେ ବିଜେପି ସରକାର ଆସିବା ପରେ ସ୍ଥିତି ବଦଳିଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଗୁଡ଼ିକ ଠିକ୍ ଢଙ୍ଗରେ ପରୀକ୍ଷା କରିବା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜେଲ ଦଣ୍ଡ ଓ ଜରିମାନା ଭଳି ଆକ୍ସନ ଯୋଗୁଁ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି । ଗିରଫ ହୋଇଥିବା ୧୧୭ ଜଣ ପୋଲିସ ପଦକ୍ଷେପ ଫଳରେ ଗିରଫ ହୋଇଛନ୍ତି । ତେଣୁ ସରକାର ପୁରା ସଜାଗ ଅଛନ୍ତି । ଯଦି କୌଣସି ଦୁର୍ବୃତ୍ତ ଧରା ପଡ଼ୁଛନ୍ତି, ତାଙ୍କୁ ଦଣ୍ଡ ଦିଆଯାଉଛି ।
ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ ଧାମନଗର,(ସ.ପ୍ର): ଧାମନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ବିଶେଷକରି ଧୂଷୁରୀ ଅଞ୍ଚଳରେ ବନ୍ୟାର ପ୍ରକୋପ ଅତ୍ୟନ୍ତ ଗମ୍....
ବାରିପଦା,୨୧ା୮: ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଓ ସ୍ଥାନୀୟ ମହିଳା କାରିଗରଙ୍କ ହାତତିଆରି ପରିବେଶ ଅନୁକୂଳ ରାଖୀ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବାରିପଦାସ୍ଥିତ ବୟନିକା ବିକ୍ରୟ ....
ଭୁବନେଶ୍ୱର, ତା.୨୨/୦୮: ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କ....
ଭୁବନେଶ୍ୱର : ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏ I ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ....
Join our newsletter and get updates in your inbox. We won't spam you and we respect your privacy.