ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତିଲାଭ କରିଥିବାରୁ ଫ୍ୟାନ୍ସଙ୍କ ଭିଡ ବେଶ ପରିଲିଖିତ ହୋଇଛି । ୨୦୨୨ରେ ରିଲିଥିବା କାନ୍ତାରା ବ୍ଲକବଷ୍ଟର ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତା ଭାବେ ନଜର ଆସିଛନ୍ତି ରିଷଭ ଶେଟ୍ଟୀ । ପ୍ରଥମ ଶୋ ଦେବା ପରେ ପ୍ରଶଂସକ ମାନେ ଏହାର ଆଲୋଚନା ଖୁବ କରୁଛନ୍ତି । ଫିଲ୍ମର କ୍ଲାଇମ୍ୟାକ୍ସକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି । ନିର୍ମାତା ତଥା ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ ଏହି ନୂଆ ଚଳଚ୍ଚିତ୍ର ଜରିଆରେ ଏକ ଅରଖ ନୂଆ କାହାଣୀ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବିଶେଷ କରି ଏହାର ଆକ୍ସନ ଦୃଶ୍ୟଗୁଡ଼ିକ ଦର୍ଶକମାନଙ୍କୁ ଖୁବ୍ ଆମୋଦିତ କରୁଛି । ଏହି ଚଳଚ୍ଚିତ୍ରଟି ମୂଳତଃ କନ୍ନଡ଼ ଭାଷାରେ ନିର୍ମିତ ହୋଇଥିଲେ ହେଁ, ଏକାସମୟରେ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଏହା ଭାରତରେ ୬୦ କୋଟି ଟଙ୍କା ଆୟ କରି ଏ ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ରର ମର୍ଯ୍ୟାଦା ହାସଲ କରିସାରିଲାଣି ।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....
ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....
ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....
ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....
Join our newsletter and get updates in your inbox. We won't spam you and we respect your privacy.