ମାଲକାନଗିରି ତା ୧୪/୦୫(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଲିଂ ପାର୍ଟି ଫେରିବା ବେଳେ ଏକ ଅଘଟଣ ଘଟିଯାଇଛି। ସୂଚନାରୁ ଜଣାପଡିଛି ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପ୍ରିଜାଇଡିଂ ଅଫିସର ମୃତ । ମୃତ ପ୍ରିଜାଇଡିଂ ଅଫିସର ହେଲେ ଖଇରପୁଟ ଶିକ୍ଷକ, ଘର ମୁଦୁଲିପଡା ର ପଂଚାୟତ ବନ୍ଧଗୁଡା ଗ୍ରାମର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜୀତ ଙ୍କ ବାଇକ କୁ ଧକ୍କା ଦେଲା ଏକ ଘରୋଇ ବସ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜୀତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇବା ପରେ ଖଇରପୁଟ ବ୍ଲକ ର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ଡମ୍ବରୁ ସୀସା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲ ରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ବୁଝି କରୁଛନ୍ତି । ସୂଚନା ନେବାରୁ ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଫିର ଭାବେ ନିୟୋଜିତ ରହି ଗତକାଲି ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତ୍ରି ହେବାରୁ ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଖୁରି ଗୁଡା ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣା ଘଟାଇ ଥିବା ଘରୋଇ ବସ କୁ ମାଲକାନଗିରି ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।
ନୂତନ ପ୍ରୟୋଗ କବିତାକୁ ଆହୁରି ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....
ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....
ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମର....
Join our newsletter and get updates in your inbox. We won't spam you and we respect your privacy.