ମାଲକାନଗିରି,୧୩।୧୨(ରାହୁଲ ନାୟକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଏମ୍ ଭି ୮୮ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ୨ ଦିନିଆ ଖେଳ ପ୍ରତିଯୋଗିତା ଗୋଷ୍ଟି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାଡୋଇଙ୍କ ଦ୍ବାରା ଶୁଭ ଉଦ୍ଘାଟନ ହୋଇଥିଲା। ଏହି ମଞ୍ଚକୁ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସରଦାର ପରିଚାଳନା କରିଥିଲା ବେଳେ ଏଥିରେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ତା ହରଣ ମଧୁ, ବ୍ଳକ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ତପାଲି, ଡକ୍ଟର ଆମ୍ବେଦକର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା, ସିଆରସିସି ଦୀପଙ୍କର ବିଶ୍ବାସ, ଗ୍ରାମ ଶିକ୍ଷା କମିଟି ସଦସ୍ୟ ବିଧିପଦ ବିଶ୍ବାସ, ନୃସିଂହ ପାଇକରାୟ,ବିଧିରଞ୍ଜନ ସରକାର, ସରପଞ୍ଚ ଦୁର୍ଗା ସୋଡି, ସଚିନ୍ କୃଷ୍ଣ ସାନା, ତପନ କୁମାର ବାଇନ୍, ଅଭିଷେକ ମଣ୍ଡଳ, ତାରାପଦ ମିସ୍ତ୍ରୀ ପ୍ରମୁଖ ଯୋଗ ଦେଇ ମାଲକାନଗିରି ଜିଲ୍ଲାର ଦକ୍ଷତା ସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କ ଖେଳକୁଦର ବିକାଶ ପାଇଁ ପ୍ରେରଣା ଦେଇଥିଲେ । ଏହାପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାପତି ମଞ୍ଚ ଓ ମସାଲ ଜାଳି ଖେଳକୁ ଉଦ୍ଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ଶହଶହ ସଂଖ୍ୟକ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅବିଭାବକ ମାନେ ଯୋଗ ଦେଇଥିଲେ ।
ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପ....
ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ମହିଳା ଫୁଟବଲର ଆଉ ଏକ ଗୁରୁଦାୟିତ୍ବ ମିଳିଛି। ଶ୍ରଦ୍ଧାଞ୍ଜଳି ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ....
ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୪ ତମ କ୍ରୀଡା ଉତ୍ସବ, ଯଥା ମଙ୍ଗଳ ବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଦିବ....
ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ....
Join our newsletter and get updates in your inbox. We won't spam you and we respect your privacy.