ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା ସ୍ତରୀୟ ଏହି ଉତ୍ସବ କୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ସମାଜ କୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ସମବାୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ।ବର୍ତ୍ତମାନ ସମବାୟ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ସହ ପରିବାର ମୁହଁରେ ହସ ଫୁଟାଇଛି।ଚଳିତ ବର୍ଷ ର ଥିମ ଭାବରେ ମହିଳା ମାନଙ୍କୁ ସମବାୟ ର ସହାୟତା ଏକ ବଡ ଉପଲବ୍ଧି।ଏହାକୁ ସମସ୍ତ ଙ୍କ ସହଯୋଗ ରେ ସଫଳ କରିବା ସହ ସମବାୟ ସହଯୋଗ ରେ ସମୃଦ୍ଧ ହେବା ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଶରତ କୁମାର ବେହେରା, ଏଆରସିଏସ ସନାତନ ବେହେରା, ଏସିଏସଓ ରୀନା ସରୀତା,ପୁରୀ ନିମାପଡା କୋଅପରେଟିଭ ବ୍ୟାଙ୍କ ସିଇଓ ବନଶ୍ରୀ ମଲ୍ଲିକ, ଡେପୁଟି ଏଜିସିଏସ ଅକ୍ଷୟ କୁମାର ଦଳାଇ ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ।ଏହା ମାଧ୍ୟମରେ ଆମ ଅର୍ଥନୀତି ମଜବୁତ ହୋଇ ପାରିବ ବୋଲି କହିଥିଲେ।
ଏଥିରେ ଅଧ୍ୟକ୍ଷତା କରି ଡିଆରସିଏସ ସୁନିତା ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କୃଷି ସମବାୟ ସମିତି ଗଠନ,ଲାମ୍ପସ ଓ ପ୍ୟାକସ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଧି କେନ୍ଦ୍ର ଖୋଲିବା ବ୍ୟବସ୍ଥା ହୋଇଛି ବୋଲି କହିଥିଲେ।ପୁରୀ ଜିଲ୍ଲାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଛି।ଚଳିତ ବର୍ଷ ୧୧ ଲକ୍ଷ ୬୦ ହଜାର କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ବିଭାଗ ୧୮ ଲକ୍ଷ ୫୨ହଜାର ୩୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ସୂଚନା ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କଣାସର ପଞ୍ଚୁ ପଦ୍ମ ମହିଳା ବହୁମୁଖୀ ସମବାୟ ସମିତି, ଅର୍କକ୍ଷେତ୍ର ବହୁମୁଖୀ ସମବାୟ ସମିତି, ଧାନ କ୍ରୟ ପାଇଁ ସୁରକ୍ଷା ୨୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସତ୍ୟ ଶାନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗୋବିନ୍ଦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରୀ ନିମାପଡା କେନ୍ଦ୍ର ସମବାୟ କେନ୍ଦ୍ର ବ୍ୟାଙ୍କ ଦ୍ଵାରା ୫ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ର ଋଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।
ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ....
ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା ସ୍ତରୀୟ ଏହି ଉତ୍ସବ କୁ ଉଦଘାଟନ କରି ଅ....
୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧାଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜିବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନ....
*ଦେଶରେ_ଜାରି_ହେବ_୭୫_ଟଙ୍କା_କଏନ* ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ କଏନ ଆସନ୍ତା ମେ' ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ ୭୫ ଟଙ୍କା କଏନ୍ର ଗୋଟିଏ ପଟେ ସଂସଦ ଭବନ ସହ ‘ସଂସଦ ....
Join our newsletter and get updates in your inbox. We won't spam you and we respect your privacy.