ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଗ୍ରାମରୁ ଆରମ୍ଭ, ଜିଲ୍ଲାରେ ପରିଚୟ : ପ୍ଲାଷ୍ଟିକ୍ ରିସାଇକିଲ୍ କ୍ଷେତ୍ରରେ “ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ”ର ସଫଳ ଯାତ୍ରା

ପୁରୀ:ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପ୍ରଦୂଷଣ ଆଜି ସାରା ବିଶ୍ବ ପାଇଁ ଏକ ବଡ଼ ସମସ୍ୟା । କିନ୍ତୁ ପୁରୀ ଜିଲ୍ଲାର କାକଟପୁର ବ୍ଲକର କଟକଣା ଗ୍ରାମର ଦୁଇ ଭାଇ – ସେକ୍ ଇର୍ଫାନ୍ ହାଫିଜ୍ ଓ ସେକ୍ ମୁସ୍ତାଫା, ଏହି ସମସ୍ୟାକୁ ସୁଯୋଗରେ ପରିଣତ କରି, ନିଜର ପରିଚୟ ଗଢ଼ିବାରେ ସଫଳ ହୋଇଛନ୍ତି ।2017 ମସିହାରେ “ଇର୍ଫାନ୍ ଅଣ୍ଡ୍ ବ୍ରଦର୍ସ” ନାମରେ ଏକ ଛୋଟ ପ୍ରତିଷ୍ଠାନ ସ୍ଥାପନ କରି, ସରକାରୀ ନିୟମିତା, ଜିଏସଟି, ପ୍ରଦୂଷଣ ବୋର୍ଡର ଅନୁମୋଦନ ସମେତ ସମସ୍ତ କାର୍ଯ୍ୟାନୁଷ୍ଠାନ ପୂରା କରିଥିଲେ । ପାରିବାରିକ ଅର୍ଥିକ ସମସ୍ୟା ଥିଲେବି, ଇଚ୍ଛାଶକ୍ତିରେ ସବୁ କିଛି ହାର ମାନିଥିଲା । ଦୁଇଭାଇ “ସ୍ବଛ ସାରଥୀ” ନାମରେ ଅଭିଯାନ ଆରମ୍ଭ କରି, ନିଜ ଅଞ୍ଚଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିଲେ । ତାଙ୍କର ଏହି ପଦକ୍ଷେପକୁ ତତ୍କାଳୀନ ଜିଲ୍ଲାପାଳ ବଲ୍ ବନ୍ତ ସିଂ ବହୁତ ପ୍ରଶଂସା କରିଥିଲେ । ତତ୍ କାଳୀନ ଜିଲ୍ଲାପାଳ କୋଣାର୍କ ଏନ୍.ଏ.ସିର ନିର୍ବାହୀ ଯନ୍ତ୍ରୀ ଏସ. ଶ୍ରୀନିବାସ ରାଓ ଙ୍କୁ ନିର୍ଦେଶ ଦେଇଥିଲେ “ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ” ସଂସ୍ଥା ସହ ଯୋଗା ଯୋଗ କରି କୋଣାର୍କ ଏନ୍.ଏସି ସହ ଯୋଡି ଅ।ଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ  । ପରବର୍ତ୍ତି ପର୍ଯ୍ୟାୟରେ କୋଣାର୍କର ଏନ୍.ଏସି ସହ ଚୁକ୍ତିନାମା ସାଇନ୍ ହୋଇଥିଲା । କୋଣାର୍କ, ବିଶ୍ବପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ, ପ୍ଲାଷ୍ଟିକ୍ ଓ ଅବର୍ଜନା ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପାଇଲଟ୍ ପ୍ରୋଜେକ୍ଟ ଭାବେ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଅ।ରମ୍ଭ କରିଥିଲା । ଦିଲ୍ଲୀର ଏକ ସାମାଜିକ ଫିଡ୍ ବ୍ୟାକ୍ ସଂଗଠନର ଗାଇଡାନ୍ସରେ କୋଣାର୍କର ଚନ୍ଦ୍ରଭାଗାରେ ‘MCC ସେଣ୍ଟର’ ଖୋଲାଗଲା, ଏହି ସମୟରେ ନବ ନିଯୁକ୍ତ ସ୍ବଛ ସାଥୀଙ୍କ ପ୍ରଶିକ୍ଷଣରେ ‘ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ଆଜି 8 ବର୍ଷ ହେଲା, ଏହି କାର୍ଯ୍ୟକ୍ରମ ନିରନ୍ତର ଚାଲିଛି । ପୁରୀ ମୁନିସିପାଲିଟି, ନିମାପଡା ଏନ୍.ଏସି, ପିପିଲି ଏନ୍.ଏସି ସହିତ ମଧ୍ୟ ଚୁକ୍ତିନାମା ସାଇନ୍ ହୋଇ, ସଂସ୍ଥା ଦିନକୁଦିନ ପ୍ରଭାବଶାଳୀ ହୋଇଯାଇଛି । କାକଟପୁର କଟକଣା ଗ୍ରାମରେ ଅବସ୍ଥିତ ଏହି କ୍ଷୁଦ୍ର ସଂସ୍ଥା ଏକ ମଲ୍ଟି ରିସାକେଲ ପ୍ରଦକ୍ଟ ଉତ୍ପା୍ନ କରିବାରେ ସଫଳ ହୋଇଛି । ଏହି ସଂସ୍ଥା ଏବେ ପେଟ୍ ବଟଲ ପ୍ରେସିଂ ଠାରୁ ଅ।ରମ୍ଭ କରି ପେଟ୍ ବଟଲରୁ ଫ୍ଲେକ୍ସ ତିଅ।ରି,ପ୍ଲାଷ୍ଟିକ୍ ଦାନାରୁ ଇଲେଟ୍ରିକାଲ୍ ଓ୍ବୟାରିଂ ପାଇପ୍ ନିର୍ମାଣ କରାଯାଇଛି । ଏହା ସହ ପେଟ୍ ବୋଟଲରେ ଲାଗୁଥିଲା 5ମଲିକୁଲ୍ ଅ।ଡ୍ ଭଟାଇଜିଙ୍ଗ୍ ଷ୍ଟିକରକୁ ଅଲଗା କରାଯାଇ ଖାଲି ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟର ପ୍ଲାଷ୍ଟିକ୍ ରସ୍ତା ତିଅ।ରି ପାଇଁ କଞ୍ଚାମାଲ ମାଲ ପ୍ରଦାନ କରାଯାଉଛି । ସେଥିପାଇଁ ‘ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ’ ସହ ତେଲେଙ୍ଗାନା ରାଜ୍ୟର ଏକ ଅଗ୍ରଣୀ ସଂସ୍ଥା ‘ରିସାକେଲ’ ସହ 6 ବର୍ଷ ଧରି ଚୁକ୍ତି ନାମା ସ୍ବାକ୍ଷରିତ ହୋଇଛି । 

ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ’ର ଏଭଳି ପ୍ରୟାଶକୁ ପଞ୍ଚାୟତ ରାଜ ବିଭାଗ ପ୍ରଶଂସା କରିଥିଲା । ପ୍ରତି ଗାଁ ଓ ପଞ୍ଚାୟତକୁ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନରେ ସାମିଲ କରିବାକୁ  ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ’ର ପରାମର୍ଶ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଷ୍ଟୋର ରୁମ୍ ନିର୍ମାଣକୁ ପ୍ରସ୍ତାବକୁ ମଞ୍ଜୁର କରିଥିଲେ ତ୍ ତ୍ କାଳୀନ ସରକାର । ଯାହା ଫଳରେ ସାରା ରାଜ୍ୟର ପ୍ରତ୍ୟକ ପଂଚାୟତରେ ବର୍ଜ୍ୟବସ୍ତୁ ଷ୍ଟୋର ରୁମ୍ ନିର୍ମାଣ ପ୍ରକ୍ରିୟା ଅ।ରମ୍ଭ ହୋଇଥିଲା । 

କାକଟପୁର ଅଞ୍ଚଳରୁ ଆରମ୍ଭ କରି, ଏବେ ସମଗ୍ର ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ ପ୍ଲାଷ୍ଟିକ୍ ରିସାଇକିଲ୍ କ୍ଷେତ୍ରରେ “ଇର୍ଫାନ୍-ଅଣ୍ଡ୍-ବ୍ରଦର୍ସ” ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀମାନେ ମଧ୍ୟ ଏହି ଦୁଇ ଭାଇଙ୍କ ସମାଜମୁଖୀ କାର୍ଯ୍ୟକୁ ନୂଆ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଭୂୟସୀ ପ୍ରଶଂସା କରିଛନ୍ତି ।

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....

ଅ।ନ୍ତର୍ଜାତିକ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମରେ¬ ଅଂଶ ଗ୍ରହଣ କଲା ଇର୍ଫାନ–ଅଣ୍ଡ-ବ୍ରଦର୍ସ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତ­ରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....

କନ୍ୟାରତ୍ନକୁ ସମ୍ମାନ- ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜକୁ ଦେଲେ ନୂଅ। ବାର୍ତ୍ତା

  କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.