ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥିଲା ରାଜ୍ୟ ପ୍ରଦୂଷଣ ବୋର୍ଡ । ପରିବେଶ କୁ ସ୍ବଛ ଓସୁସ୍ଥ ରଖିବା ସହ ସୁରକ୍ଷା ଦେବାର ମୂଳ ଲକ୍ଷ୍ୟ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅଭିନେତ୍ରୀ ଜୟପ୍ରଦାଙ୍କ ସହ ପୁରୀ ସାଂସଦ ଡା ସମ୍ବିତ ପାତ୍ର, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଅ। ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ବଛତା ବାର୍ତ୍ତ। ଦେଇ ସୁସ୍ଥ ପରିବେଶ ପାଇଁ ଆମକୁ ସମର୍ପିତ ହେବାକୁ ପଡିବ ବୋଲି କହିଥିଲେ ଜୟପ୍ରଦା ।
ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରଜତ ଅଗ୍ରୱାଲ, ରାଜ୍ୟ ପିସିସିଏଫ ସୁରେଶ ପନ୍ତ, ୱ୍ବାଇଲ୍ଡ ଲାଇଫ ପି.ସି.ସିଏଫ୍ ପ୍ରେମ କୁମାର ଝା,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସ ପି ପ୍ରତୀକ ସିଂ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ଉମା ନନ୍ଦୁରୀ ସମସ୍ତଙ୍କୁ ସ୍ବାଗତ ଓ ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ପୁରୀ ଜିଲ୍ଲାକୁ ପ୍ରଦୂଷଣ ମୂକ୍ତ କରିବା ଲକ୍ଷ୍ୟନେଇ ପ୍ରୟାସ ଜାରି ରଖିଥିବା କାକଟପୁର କଟକଣା ଗ୍ରାମର ଇର୍ଫାନ-ଅଣ୍ଡ-ବ୍ରଦର୍ସ ପକ୍ଷରୁ ଅ।ୟୋଜିତ ଷ୍ଟଲ ପରିଦର୍ଶନ ସମୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ ପ୍ଲାଷ୍ଟିକ୍ ରିସାଇକିଲ୍ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାରୁ ପ୍ରତ୍ୟକ ଦିନ ସଂଗୃହିତ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ନୂତନ ପ୍ଲାଷ୍ଟିକ୍ ପାଇପ ପଦର୍ଶନ କରାଯାଇଥିଲା । ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶଂସାର ପାତ୍ରହୋଇଥିଲେ । ପରିଶେଷରେ ପୁରୀ ଡିଏଫଓ ମଗର ଧନଜ ସୋରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....
ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....
କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....
ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....
Join our newsletter and get updates in your inbox. We won't spam you and we respect your privacy.