ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନକରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର।

ନୂଆଦିଲ୍ଲୀ : ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନକରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର। ଏହି କ୍ରମରେ ଓଡ଼ିଶା ସମେତ ଜାତୀୟ ସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ସାମ୍ବାଦିକତା ପୁରସ୍କାର ସମାରୋହ ୨୦୨୫ରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଥିଲେ ୧୧ ବର୍ଷ ପରେ ଅର୍ଥାତ୍‌ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ସମାଜକୁ ଏକ ପରିଚୟର ଆବଶ୍ୟକତା ଥାଏ। ଓଡ଼ିଆ ସମାଜର ସବୁଠୁ ବଡ଼ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ୍ୱ ନାହିଁ। ସମସାମୟିକ ସମାଜରେ ଆମ ଓଡ଼ିଆ ସମାଜର ଗଭୀରତା, ବୌଦ୍ଧିକ ଚିନ୍ତନ କ୍ଷମତା ଓ ବ୍ୟାପକ କେତେ, ତାହା ଜାଣିବା ଦରକାର ଏବଂ ଜଣାଇବା ଦରକାର। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ ଅଟେ।
କାର୍ଯ୍ୟକ୍ରମରେ ‘ଆଜ୍‌ତକ’ର ସମ୍ପାଦକ ସଞ୍ଜୀବ ପାଲିୱାଲ, ‘ହିନ୍ଦୁସ୍ଥାନ’ର ସମ୍ପାଦକ ପ୍ରତାପ ସୋମବଂଶୀ, ‘ଲଲନଟପ’ର ସମ୍ପାଦକ ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ ଏବଂ ‘ଅର୍ଗସ’ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ, ‘ଦ’ ହିନ୍ଦୁ’ର ସ୍ୱତନ୍ତ୍ର ପ୍ରତିନିଧି ସତ୍ୟସୁନ୍ଦର ବାରିକ, ‘ସମ୍ବାଦ’ର ସମ୍ବଲପୁର ଜିଲା ପ୍ରତିନିଧି ରତ୍ନାକର ଭୋଇଙ୍କୁ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫”ରେ ସମ୍ମାନିତ କରାଯାଇଥିଲା। ସମାରୋହରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗ୍ରୁପ ଏଡିଟର ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଏବଂ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.