ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ନିଜ ମା ଙ୍କ ନାମରେ ବୃକ୍ଷ ରୋପଣ ପାଇଁ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ

 

 ପୁରୀ : ପୁରୀ ଜିଲ୍ଲା ସ୍କୁଲ୍ ପରିସର ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ"ଏକ୍ ପେଡ୍ ମା କେ ନାମ୍ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଲ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ସେମାନଙ୍କ ମା ,  ଅଭିଭାବକ ଅଭିଭାବିକା , ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ବିଦ୍ୟାଳୟ ପରିସରରେ ଏକାଧିକ ଔଷଧୀୟ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ଥ ୧୦ ଟି ଶ୍ରେଣୀର ଦଶ ଜଣ ମନିଟର୍ ସେମାନଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ରାଣା ପ୍ରତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବାରି/ବଗିଚା କିମ୍ବା ନିଜ ନିଜ ହତା ଭିତରେ ଥିବା ଯେ କୌଣସି ଖାଲି ସ୍ଥାନରେ ନିଜ ନିଜ ମା ମାନଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ଯତ୍ନର ସହିତ ସେ ଗୁଡିକୁ ବଢ଼ାଇବା ପାଇଁ ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ଚଳିତ ମାସ ତା ୧୬ ରୁ ତା ୨୧ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବା ସହ ସମଗ୍ର ଜିଲ୍ଲାରେ ପ୍ରାୟ 168315 ବୃକ୍ଷ ରୋପଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏତଦବ୍ୟତୀତ   ଏଥିରେ ଉପସ୍ଥିତ ଥିବା ବିଜ୍ଞ ବ୍ୟକ୍ତିତ୍ଵ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ-ଅଭିଭାବିକା ଓ ଶିକ୍ଷା ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଏକ ଫଳକରେ "ବୃକ୍ଷ ରୋପଣ" ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ସଂଗ୍ରହ କରାଯାଇ ତାହା ପ୍ରଦର୍ଶନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ, ପୁରୀ ସଦର ବି ଇ ଓ ପ୍ରମୋଦ କୁମାର କର, ଜିଲ୍ଲା ସ୍କୁଲ୍ ଆଲୁମିନି କମିଟିର ସଭାପତି ରାଜକିଶୋର ପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ରାୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବଜିତ ବାନାର୍ଜୀ ଶିକ୍ଷକ ବିଦ୍ୟାଧର ମିଶ୍ର ଓ ଅରୁଣ କୁମାର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସାହଚର୍ଯ୍ୟରେ  ବୃକ୍ଷରୋପଣ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ସ୍ବୟଂ ବୃକ୍ଷ ରୋପଣ କରିବା ସହ ତାଙ୍କର ପୃଷ୍ଟପୋଷକତା , ପ୍ରୋତ୍ସାହନ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସାମଗ୍ରିକ ଭାବେ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଅଂଶଗ୍ରହଣକାରୀ ପ୍ରତ୍ୟେକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଡିସିସି ଓ ଡିଇଓ, ପୁରୀଙ୍କ କାର୍ଯ୍ୟାଳୟର SC ST ସଂଯୋଜୋକ ବରଦା ପ୍ରସନ୍ନ ରାଉତ ଓ କର୍ମଚାରୀ ନରେନ୍ଦ୍ର ବାବୁ ଓ ଶିକ୍ଷକ ଅନାମ ଜ୍ୟୋତି ମୁଦୁଲି, ସୁଦର୍ଶନ ସାମଲ,ସମ୍ବିତ୍ ବେହେରା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....

ଅ।ନ୍ତର୍ଜାତିକ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମରେ¬ ଅଂଶ ଗ୍ରହଣ କଲା ଇର୍ଫାନ–ଅଣ୍ଡ-ବ୍ରଦର୍ସ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତ­ରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....

କନ୍ୟାରତ୍ନକୁ ସମ୍ମାନ- ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜକୁ ଦେଲେ ନୂଅ। ବାର୍ତ୍ତା

  କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.