ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ସାଉଦି ଆରବରେ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ର ୧୫ତମ ବାର୍ଷିକଉତ୍ସବ

 

 ଭୁବନେଶ୍ଵର :ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ ବା ରୋଜା ତାର ୧୫ତମ ବାର୍ଷିକଉତ୍ସବ ୧୭ ନଭେମ୍ବର ୨୦୨୩ରେପାଳନ କରିଅଛି। ଉକ୍ତ ଦିନ ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା। ଦୀର୍ଘ ୧୫ ବର୍ଷ ଧରି ରୋଜା, ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ଵ ନିରନ୍ତର ଭାବେ ପାଳନ କରିଆସିଛି।

ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିସନ୍ ଉପମୁଖ୍ୟ ଶ୍ରୀ ଆବୁ ମାଥେନ୍ଜର୍ଜ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ଥିଲେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ଵିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗୃପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗୃପର ପ୍ରତିଷ୍ଠାତା ସୀମାନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ।

ରୋଜାର ସଭାପତି, ସରୋଜ କୁମାର ପାଣିଗ୍ରାହୀ ଓ ପରାମର୍ଶ ଦାତା ଦେବାଶିଷ ରାଉତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଙ୍ଗଠନର ମାର୍ଗଦର୍ଶକ ଡଃ ଦେବ ମହାନ୍ତି ଓଡ଼ିଆ ଅସ୍ମିତା ଓ ଗୌରବ ଗାଥାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଫଜଲ୍ରୋଜାର ବିଭିନ୍ନ ବିଭବ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିଙ୍କ ହସ୍ତରେ ସ୍ମରଣିକା ଉନ୍ମୋଚନ ମଧ୍ୟ ହୋଇଥିଲା।

ଉତ୍ସବରେ ପ୍ରଦର୍ଶିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ମନ ମୁଗ୍ଧକର ଥିଲା। ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକନୃତ୍ୟ ଓ ଅନ୍ୟାନ୍ୟ ପ୍ରଦର୍ଶନରେ ଶିଶୁ, ଯୁବା, ପ୍ରୌଢ଼ ସଭିଏଁ ଭାଗ ନେଇଥିଲେ, ଯାହାକୁ ଉପସ୍ଥିତ ପ୍ରାୟ ୫୦୦ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ନୃତ୍ୟ ନିର୍ଦ୍ଦେଶନାର ଭାର ସୁଚାରୁ ରୂପେ ତୁଲାଇଥିଲେ ଡଃ ଚନ୍ଦନା ପଟ୍ଟନାୟକ, ଦୀପିକା ପାଣିଗ୍ରାହୀ, ଦୀପିକା ପାତ୍ର  ଓ ମେହେବିସ ଗିଲାନି । ନିମନ୍ତ୍ରିତଥିବା ସାଉଦି ଆରବର ଅନ୍ୟ ଦୁଇ ପ୍ରମୁଖ ସହର ଜୁବେଲ ଓଡ଼ିଆ ସଂଗଠନ ଉତ୍କଳିକା ଓ ଦମାମର ଓଡ଼ିଆ ସଂଗଠନ କଲିଙ୍ଗନ୍ମଧ୍ୟ ବନ୍ଧୁତ୍ୱ ସ୍ୱରୂପ ମନ ମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଅତିଥି ଗାୟିକା ସୁନାମଧନ୍ୟ ଶ୍ରୀମତୀ ଅନିନ୍ଦିତା ଦାସଙ୍କ ସୁଲଳିତ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ଅଭିଭୂତ କରିଥିଲା।

ମୁଖ୍ୟ ଅତିଥି ଶ୍ରୀ ଜର୍ଜ ଉତ୍କଳୀୟ ପରମ୍ପରାକୁ ନେଇ ରୋଜାର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ ପାଇଁ "ରୋଜା"ର ସମସ୍ତ କର୍ମକର୍ତ୍ତାମାନେ ଉଦ୍ୟମ କରିଥିଲେ।

ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ

 ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ  ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗ....

ସ୍ବର୍ଗଦ୍ଵାରରେ ପଦ୍ମଭୂଷଣ ରମାକାନ୍ତରଥ ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ ୧୭/୩ ଆଜି ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବ....

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱି....

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବା ସଂପର୍କରେ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି

              ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ତା୨୬.୧୨.୨୦୧୭ରିଖର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.