ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୋଟିଏ ମଞ୍ଜରେ ଯୁବ, ପ୍ରତିଭା ଓ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟକୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉର୍ଦ୍ଦେଶ୍ୟ ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ । ପ୍ରଥମେ ବ୍ରହ୍ମପୁରରୁ ଆସିଥିବା ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ତାରା ତାରିଣୀ ଯାହା ରାଗ ପୁରିୟା ଧନାଶ୍ରୀ ଓ ଆଦିତାଳ ଉପରେ ନିବଦ୍ଧ ଥିଲା ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ତମୋମି ଫକୁରଙ୍କ ଦ୍ୱାରା ପଲ୍ଲବୀ, କାନାଡ଼ାରୁ ଆସିଥିବା ଶାଶ୍ୱତୀ ସୌମ୍ୟା ସାହୁଙ୍କ ଦ୍ୱାରା ଅଭିନୟ ଆହା କି ସୁନ୍ଦର ସତେ ବାଜେ ଲୋ ମୋହନ ବଂଶୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସର୍ବାଣୀ ମିଶ୍ର ଓ ଅନନ୍ୟା ନନ୍ଦଙ୍କ ଦ୍ୱାରା ଅଭିନୟ ଗୀତ ଗୋବିନ୍ଦ ପରେ ପରେ ଏକକ ନୃତ୍ୟରେ ସୌମ୍ୟଶ୍ରୀ ସାମନ୍ତରାୟଙ୍କ ଦ୍ୱାରା ଅଭିନୟ ସତେ କି ଭଙ୍ଗୀ କଲା, ଛତିଶଗଡ଼ର ପୁନମ୍‍ ଗୁପ୍ତାଙ୍କ ଦ୍ୱାରା ଅଭିନୟ ନବ ଦୁର୍ଗା, ଦ୍ୱୈତ୍ୟ ନୃତ୍ୟରେ ଗଞ୍ଜାମର ନରହରି ମହାରଣା ଓ ଦିବ୍ୟାଶ୍ରୀ ମାଝୀଙ୍କ ଦ୍ୱାରା ଅଭିନୟ ରାଧା ରାଣୀ ସଙ୍ଗେ ନାଚେ ମୁରଲୀ ପାଣି, ଏକକ ନୃତ୍ୟରେ ୱାଲିଶା ସାହୁଙ୍କ ଦ୍ୱାରା ପଲ୍ଲବୀ, ରାଜଶ୍ରୀ ମହାପାତ୍ରଙ୍କ ଦ୍ୱାରା ଅଭିନୟ ନ ଯା ଯମୁନା ଲୋ ସହୀ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଜୟପୁର କଳାକେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଦୁର୍ଗତି ନାଶିନୀ ପରିବେଷିତ ହୋଇଥିଲା ।

 

ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୪ ଘଟିକାରୁ । ପ୍ରଥମେ କଲିକତାର କଶବା ସୁରର୍‍ ଖେୟା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦାରା ପଲ୍ଲବୀ ପରିବେଷିତ ହୋଇଥିଲା । ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସୁସ୍ମିତା ଦାଶ ଓ ଶ୍ୱେତା ଦାଶଙ୍କ ଦ୍ୱାରା ଅଭିନୟ ସତେ କି ଭଙ୍ଗୀ କଲା ଏବଂ ଆୟୁଷା ମାଇକ ଓ ତନୟା ମିଶ୍ରଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଏକକ ନୃତ୍ୟ ପର୍ଯ୍ୟାୟରେ ଅଙ୍କିତା କାନୁନ୍‍ଗୋଙ୍କ ଦ୍ୱାରା ପଲ୍ଲବୀ, ଯଶସ୍ୱିନୀ ସ୍ୱାଇଁଙ୍କ ଦ୍ୱାରା ଅଭିନୟ ସଖୀ ଗୋ ମୋର କୁଞ୍ଜକୁ ଆସ ଏବଂ ଶେଷରେ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ କୃଷ୍ଣ ଗଲା ପରେ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେସନର ପ୍ରଥମ ପ୍ରସ୍ତୁତି ଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ମୀରା ଦାସଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ କିଶଳୟ ଶୟନ ପରେ ପରେ ରୀନା ଜାନାଙ୍କ ଦ୍ୱାରା ଅଭିନୟ ସା ବିରହେ, ଦ୍ୱୈତ ନୃତ୍ୟରେ ମମତା ବରିହା ଓ କଲ୍ୟାଣୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ସେ ନଟ ନାଗର କାହ୍ନା, ସୁମେଧା ସେନଗୁପ୍ତାଙ୍କ ଦ୍ୱାରା ଅଭିନୟ ଆହେ ନୀଳ ଶୈଳ, ଯୁଧିଷ୍ଟିର ପ୍ରଧାନ ଓ ଇତିଶ୍ରୀ ନାୟକଙ୍କ ଦ୍ୱାରା ଶ୍ରୀ କୃଷ୍ଣାଷ୍ଟକମ୍‍ ପରିବେଷିତ ହୋଇଥିଲା । ପରବର୍ତ୍ତୀ ଏକକ ନୃତ୍ୟ ଶିଳ୍ପୀ ଥିଲେ ଦେବୟାନୀ ଶର୍ମା ଓ ସୁଜାତା ମଜୁମଦାର, ଶେଷରେ ଆର୍ଟ ଭିଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ସରୀତା ପରିବେଷିତ ହୋଇଥିଲା ।

 

ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୁଦନ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶୀ ସଙ୍ଗୀତ ଗବେଷକ ଡ଼ଃ. କିର୍ତ୍ତନ ନାରାୟଣ ପାଢୀ, ଭଞ୍ଜ ସାହିତ୍ୟ ଗବେଷକ ଡ଼ଃ. ଶାନ୍ତନୁ ରଥ, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡଃ଼. ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡଃ଼. ଶ୍ରୀନିବାସ ଘଟୁଆରୀ । ଏହି ନୃତ୍ୟ କାର୍ଯ୍ୟକ୍ରମଟି ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‍ ଓ ୟୁଟ୍ୟୁବ ଚେନାଲରେ ଲାଇଭ୍‍ ଷ୍ଟ୍ରିମିଙ୍ଗ କରାଯାଉଥିଲା ।

ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ

 ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ  ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗ....

ସ୍ବର୍ଗଦ୍ଵାରରେ ପଦ୍ମଭୂଷଣ ରମାକାନ୍ତରଥ ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ ୧୭/୩ ଆଜି ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବ....

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱି....

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବା ସଂପର୍କରେ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି

              ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ତା୨୬.୧୨.୨୦୧୭ରିଖର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.