ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ
ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗଳମୟ ପରିବେଶରେ ବେଶ ଧୁମଧାମରେ ପାଳିତ ହୋଇଛି। ଏହି ପୀଠରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଥିବାରୁ
ସ୍ଥାନୀୟ ବିଶ୍ୱାସ ଅନୁସାରେ, ଗରୋଇ ପୀଠ ଦ୍ଵିତୀୟ ଜଗନ୍ନାଥ ମନ୍ଦିର ଅର୍ଥାତ ସ୍ୱତବଟ ସ୍ଥଳ ଭାବେ ବିଶ୍ୱାସ ରହିଛି । ଏଠାରେ ମାନସିକ କଲେ ଭକ୍ତଙ୍କ ସମସ୍ତ ଆଶା-ଆକାଙ୍କ୍ଷା ପୂର୍ଣ୍ଣ ହୋଇଥାଏ ବୋଲି ଲୋକମାନେ କହିଥାନ୍ତି।
ଭକ୍ତଜନଙ୍କ ମଧ୍ୟରେ ଏହି ବୁଦ୍ଧନାଥ ବାବାଙ୍କୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଟ୍ଟଶିଷ୍ୟ ବୋଲି ବିଶ୍ୱାସ ରହିଛି। ସେହି ବିଶ୍ୱାସକୁ ପାଥେୟ କରି, ମାନସିକ ନିବେଦନ ପୂରଣର ଆଶାରେ, ଆଜିର ମହାପ୍ରୟାଣ ଦିବସରେ ହଜାର ହଜାର ଭକ୍ତଜନ ବାବାଙ୍କ ସମାଧି ସ୍ଥଳକୁ ଧାଇଁଆସିଲେ।
ଭକ୍ତମାନେ ପୁଷ୍ପମାଳ୍ୟ ଅର୍ପଣ, ଧୂପ, ଦୀପଦେଇ ପୂଜା-ଉପାସନା କରି, ନିଜ ପରିବାରର ଉତ୍ତୋରୋତ୍ତର ମଙ୍ଗଳ କାମନା କରିଥିଲେ। ମଠାଧୀଶ ବାବା ଆଦିତ୍ୟ ଦାଶ ଙ୍କ ତତ୍ୱାବଧାନରେ ଦିନ ତମାମ ଗରୋଇ ପୀଠରେ ପ୍ରସ୍ତୁତ ହେଉଥିବା ପ୍ରସାଦକୁ ମହାଆନନ୍ଦରେ ଶ୍ରଦ୍ଧାଳୁ, ସ୍ଥାନୀୟ ଗ୍ରାମବାସୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସେବନ କରି ଖୁସୀମାନରେ ନିଜନିଜ ଘରକୁ ଫେରିଥିଲେ
ଏହି ପୀଠରେ ଆଜି ଭଜନ-କୀର୍ତନ, ପ୍ରସାଦ ବଣ୍ଟନ ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ଏକ ଆଧ୍ୟାତ୍ମିକ ମହୋତ୍ସବର ରୂପ ନେଇଥିଲା।
ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗ....
ପୁରୀ ୧୭/୩ ଆଜି ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବ....
ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱି....
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତା୨୬.୧୨.୨୦୧୭ରିଖର....
Join our newsletter and get updates in your inbox. We won't spam you and we respect your privacy.