ଭୂବନେଶ୍ବର; ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବ । ନଭେମ୍ବର 15 ରୁ 26 ତାରିଖ ପର୍ଯ୍ୟନ୍ତ ଏହି ଦିବସକୁ ସର୍ବଭାରତୀୟସ୍ତରରେ ପାଳନ କରାଯିବ । ଏନେଇ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଆଦିବାସୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚୟନ ହୋଇଥିବା ମୋଟ 60 ଜଣ ଆଦିବାସୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଏ ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ବିଭାଗ ସର୍ବଦା ପ୍ରୟାସ ଜାରି ରଖିଛି । ଆଦିବାସୀଙ୍କ ସଂସ୍କୃତି ଓ ଐତିହ୍ୟକୁ ମଞ୍ଚ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । “ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି” ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିବା ବେଳେ ବିଜୟୀ ହୋଇଥିବା 6 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଧ୍ୟାପକ ଶ୍ରୀ ମାନସ ରଞ୍ଜନ ଜେନା ଓ ବି.କେ କଲେଜ୍ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟର ଅଧ୍ୟାପକ ଶ୍ରୀ ଚନ୍ଦ୍ରଶେଖର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଓ ଧନ୍ୟବାଦ ଅର୍ପଣ କରିଥିଲେ ଉପନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପ୍ରିୟଦର୍ଶିନୀ ।
ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗ....
ପୁରୀ ୧୭/୩ ଆଜି ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବ....
ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱି....
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତା୨୬.୧୨.୨୦୧୭ରିଖର....
Join our newsletter and get updates in your inbox. We won't spam you and we respect your privacy.