ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର ସମୁଦାୟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନି ରଥର ପାଞ୍ଚୋଟି ନାହାକା ଅଖ ଶେଷ ହୋଇଛି। ସେହିପରି ନନ୍ଦିଘୋଷ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ ଶ୍ରୀନହର ସମ୍ମୁଖ ରଥଖଳା। ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ୧୯୭ ଜଣ ନିର୍ମାଣକାରୀ ସେବକ। ତିନି ରଥର ନିର୍ମାଣ ଅଗ୍ରଗତି ବେଶ୍ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ମୋଟ ୪୨ ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପାଞ୍ଚୋଟି ନାହାକ ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେହିପରି ନନ୍ଦିଘୋଷ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ପଡି ନାହାକା ଅଖ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ବିଶ୍ବକର୍ମା ମହାରଣା। ରୂପକାର ସେବକମାନେ ଗୁଜ ଗୁଡିକରେ ରୂପ ଖୋଦେଇ କରୁଥିବା ବେଳେ କରତି ସେବକମାନେ ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ କମାରଶାଳରେ ଓଝା ସେବକମାନେ ତିନି ରଥର ବିଭିନ୍ନ କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....
ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....
ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....
ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....
Join our newsletter and get updates in your inbox. We won't spam you and we respect your privacy.