ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭରମ୍ଭ କଲେ ମାନ୍ୟବର ମାନ୍ତ୍ରୀ

 

ରାୟଗଡାରୁ ତିରୁପତି - ଶ୍ରୀକଳାହସ୍ତି ତୀର୍ଥ ଭ୍ରମଣରେ ଗଲେ ୯୭୦ଜଣ ତୀର୍ଥଯାତ୍ରା 

ରାୟଗଡା: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ତିରୁପତି-ଭେଲୋର-ଶ୍ରୀକଳାହସ୍ତି ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଠା ଦୁର୍ଗାପ୍ରସାଦ ସାମନ୍ତରାଏ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳାପାଳ ସ୍ୱଧାଦେବ ସିଂ,  ନଗର ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକଙ୍କ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାଙ୍କୁ ଯାତ୍ରାକୁ ପତାକା ଦେଖାଇ ଶୁଭରମ୍ବ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ,ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାଏ, ସହକାରୀ ନିର୍ଦ୍ଦେଶକ ସରୋଜ ଜେନା ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,  ସମେତ, ରେଳବାଇ ଆଇଆରସିଟିସି କର୍ତୁପକ୍ଷ ଏବଂ ରାୟଗଡା ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ତୀର୍ଥଯାତ୍ରା କରିବାକୁ ମଧ୍ୟ ମନ ବଳାଇଥାନ୍ତି ତେବେ ଅର୍ଥାଭାବରୁ ତଥା ପାରିବାରିକ ଆର୍ଥିକସ୍ଥିତି ଉଜ୍ୱଳ ନ ଥିବାରୁ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତି ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଏହି ଆଶାକୁ ପୂରଣ କରିବା ଦିଗରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ । ସେହିପରି ଆର୍ଥିକ ଅନଗ୍ରସର ଓ ଦାରିଦ୍ର ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ  ଆକାଂକ୍ଷା ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ବର୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଳାରୁ ୧୮୫୦୦ଜଣ ବରିଷ୍ଠ ନାଗରିଖ ଦେଶର ଭିଭିନ୍ନ  ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ପ୍ରତିଥର ୧୦୦୦ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି । ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧାସୁଯୋଗ ରାଜ୍ୟ ସରକାର ବହନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କ ରହିବା,ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳୀ,ପଥ ପ୍ରଦର୍ଶକ,ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେଇଆସୁଛନ୍ତି । ଚଳିତ ୨୦୨୨-୨୩ଆର୍ଥିକ ବର୍ଷରେ ୭ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥି ମଧ୍ୟରେ ରାୟଗଡା ଠାରୁ ତିରୁପତି-ଭେଲୋର-ଶ୍ରୀକଳାହସ୍ତି ତୀର୍ଥସ୍ଥାନ ଭ୍ରମଣର ସ୍ଥିର କରାଯାଇଥିଲା ବୋଲି ଉପଦେଷ୍ଠା ଶ୍ରୀ ସାମନ୍ତରାଏ ପ୍ରକାଶ କରିଛନ୍ତି । ଏଥିରେ ରାୟଗଡା ଜିଲ୍ଳାର ୧୮୨ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୨୦୨ଜଣୟ, ନବରଙ୍ଗପୁରର ୧୭୦ଜଣ, ମାଲକାନଗିରି ଓ ନୂଆପଡା ଜିଲ୍ଳାର ୯୦ଲେଖାଁଏ ୧୮୦ଜଣ ଏବଂ କଳାହାଣ୍ଡିର ୨୩୬ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ଭ୍ରମଣରେ ଗସ୍ତ କରିଛନ୍ତି । ଆସନ୍ତା ଏପ୍ରିଲ ୨ତାରିଖରେ ଏମାନେ ପୁଣି ରାୟଗଡା ଫେରିବେ ବୋଲି ଜଣାପଡିଛି । ଗତକାଲି ଉକ୍ତ ଛଅଟି  ଜିଲ୍ଳାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣୀ ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ବିଷୟରେ ବାର୍ତା ଦେଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭମନାସି ଥିଲେ । ଏହି ତୀର୍ଥଯାତ୍ରା ଭ୍ରମଣ ନିମନ୍ତେ ରାୟଗଡା ଠାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା , ଜଳବିଭlଜିକା ମିଶାଣର ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ଃ. ଦୟାନିଧି  ବାଗଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ପରିଚାଳନା କରିଥିଲେ ।

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍‌ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...

ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....

*ଅନୁପମ ପଟ୍ଟନାୟକଙ୍କ ବିଗ ବଜେଟ ଚଳଚ୍ଚିତ୍ର "କର୍ମ" ରେ ସୁପରଷ୍ଟାର ଅନୁଭବ ମହାନ୍ତି*

ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....

ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ ଗ୍ରୀଷ୍ମ କାଳୀନ ଶିବିିର ଉଦ୍ଘାଟନ ।

ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.