ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ ର ନୂତନ ୱେବ୍ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମହାଗାଥାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ।
ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ। ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ବେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ବାସ ରଖି , ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି l ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର। ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦା ରେ ଦିଶିବେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା – ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ। ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ। ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ। ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ନିଶ୍ଚିତ ଭାବେ ଏହି ସିରିଜ୍ କୁ ନେଇ ପାରିବ ଓଡ଼ିଶାର ଶ୍ରେଷ୍ଠ ସିରିଜ୍ ତାଲିକାରେ। ଏହି ସିରିଜ୍ ର ମଙ୍ଗ ଧରିଥିବା ନିର୍ଦ୍ଦେଶକ ଅଜୟ ପାଢ଼ୀ କହିଛନ୍ତି, “ବାରଙ୍ଗ ୧୯୯୯ ମୋ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ କାନଭାସ୍ ବହୁତ ବଡ଼ ଥିଲା ଏବଂ କାହାଣୀ ବହୁତ ରୋମାଞ୍ଚକର ଥିଲା। 90s କୁ ରୀକ୍ରିଏଟ କରିବା କଷ୍ଟ ଥିଲା କିନ୍ତୁ ବହୁତ ମଜା ଲାଗିଲା। ପୁରା ଟିମ୍ ଭରପୁର ଚେଷ୍ଟା ଏବଂ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଆମକୁ ବନେଇବାରେ ଯେତେ ମଜା ଲାଗିଛି, ଦର୍ଶକ ମାନଙ୍କୁ ଦେଖିବାରେ ମଧ୍ୟ ସେତିକି ମଜା ଲାଗିବ । କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ ପରିଜା ଏହି ଅବସରରେ କହିଲେ, ‘‘ଏହି କାହାଣୀ ମନୋରଞ୍ଜକ ହବା ସହିତ ପ୍ରେରଣାଦାୟକ ମଧ୍ୟ। ଲୋକଙ୍କ ପାଖକୁ ଏମିତି ଗୋଟେ_କାହାଣୀ ଆଣି ପାରିଥିବାରୁ ଆମେ ବହୁତ ଉତ୍ସାହିତ। ଏହି କାହାଣୀ, କୌଣସି ଜଣେ ମହିଳାଙ୍କର ନୁହେଁ, ଏହି କାହାଣୀ ସେଇ ସବୁ ନାରୀଙ୍କର ଯିଏକି ନ୍ୟାୟ ପାଇଁ ଲଢେଇ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଏବଂ ସବୁଠୁ ବଡ଼ ପଲିଟିକାଲ ଡ୍ରାମା। ଆଶା କରୁଛି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ‘। ଏହି ୱେବ୍ ସିରିଜ୍, ଆପଣ ଦେଖି ପାରିବେ କଞ୍ଚା ଲଙ୍କା ଆପ୍ ରେ ଯାହାକି ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପେଲ୍ ଷ୍ଟୋର୍, ୱେବ୍ ସାଇଟ୍ ସହିତ, ଜିଓ ଟିଭି, ଐରଟେଲ୍ ଏକ୍ସଷ୍ଟ୍ରିମ୍, ଓ.ଟି.ଟି ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ମଧ୍ୟ ଉପଲବ୍ଧ।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....
ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....
ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....
ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....
Join our newsletter and get updates in your inbox. We won't spam you and we respect your privacy.