ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଶିକ୍ଷକ ନାଁରେ କଳଙ୍କ ସାଜିଥିବା ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ୍ ସତ୍ୟାଗ୍ରହ : ମନଓ୍ବର ଅଲ୍ଲୀ_

 

ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା।  ଏହି କଲେଜର ଜନୈକ ଛାତ୍ରୀଙ୍କୁ ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିବା ସହିତ ଦୁଷ୍କର୍ମ ପାଇଁ ଉଦ୍ୟମ  କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନାରେ ଅଧ୍ୟାପକ ବିଦ୍ୟାଧର ଧଳ, କଲେଜ ଅଧ୍ୟକ୍ଷ ସୁଧିର କୁମାର ରାଉତ ଏବଂ କଲେଜ କିରାଣୀ ପ୍ରତାପ ମଲ୍ଲିକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ରଫାଦଫା କରିବା ପାଇଁ କଲେଜ ଅଧ୍ୟକ୍ଷ ସୁଧିର କୁମାର ରାଉତ ଚାପ ପ୍ରୟୋଗ କରୁଥିବା ସଂପର୍କୀତ ଏକ ଅଡ଼ିଓ କ୍ଲିପ୍ ଭାଇରାଲ ମଧ୍ୟ ହୋଇଥିଲା। ନବନିର୍ମାଣ ଯୁବଛାତ୍ର ସଂଗଠନ ଏ ସଂପର୍କରେ ସୂଚନା ପାଇବା ପରେ ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି. ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହାର ପ୍ରତିବାଦରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ତାଙ୍କ ସହଯୋଗୀ ଏବଂ ପୀଡ଼ିତା ଓ ତାଙ୍କ ମାଁ  କଲେଜ ସମ୍ମୁଖରେ ଅନଶନରେ ବସିଥିଲେ। ଅନଶନର ଫଳ ସୂରପ ସରକାର ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧରଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ବହିଷ୍କାର କରିବା ପରେ ସଂଗଠନ ପକ୍ଷରୁ ଅନଶନରତ ସମୟରେ ସଂପୃକ୍ତ ଅଧ୍ୟାପକ, କଲେଜ ଅଧ୍ୟକ୍ଷ ଏବଂ କଲେଜ କିରାଣୀଙ୍କୁ ତୁରନ୍ତ ଗିରଫ ଦାବୀ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ଆମେ ଖୁବ୍ ଶୀଘ୍ର ଅପରାଧିକୁ ଧରିବୁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଅପରାଧ ଘଟିବାର ୨୮ ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ। ଏହା ପୋଲିସ ପ୍ରାଶାସନ ଉକ୍ତ ଛାତ୍ରୀଙ୍କ ପରିବାର ଓ ନାରୀ ସମ୍ମାନ ପ୍ରତି ଚରମ ଉପହାସ। ପୋଲିସ ପ୍ରଶାସନ ଦେଇଥିବା ପ୍ରତିଶୃତିରେ ପ୍ରତାରଣା କରିଛନ୍ତି। ଏଣୁ ବିଧାନସଭା ଅଧିବେଶନ ସମୟରେ ଆମର ନିବେଦନ ଯେ, ତୁରନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଉ, ନଚେତ୍ ଆମ୍ଭେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ। ସରକାର ଉକ୍ତ ଅଧ୍ୟାପକଙ୍କୁ ବହିଷ୍କାର କଲା ବେଳେ ଯେଭଳି ସକ୍ରିୟତା ପ୍ରଦର୍ଶନ କରିଥିଲେ, ତାଙ୍କୁ ଗିରଫ କରିବାରେ ସେଭଳି କ୍ରିୟାଶୀଳତା ପ୍ରଦର୍ଶନ କରିବାକୁ ମନଓ୍ବର ଅଲ୍ଲୀ ଦାବୀ କରିଛନ୍ତି।  

 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ପୀଡ଼ିତା ଶ୍ରାବଣୀ ଜେନା, ପୀଡ଼ିତାଙ୍କ ମା ଦୀପ୍ତିମୟୀ ଜେନା, ଅଶ୍ବନୀ କୁମାର ଜେନା, ଅମିତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।    

 

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ

ବାରିପଦା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଲକ୍ଷାଧିକ ଟଙ୍କା ଓ ସୁନା-ରୂପା ନେବା, ବିବାହ ପରେ ପରିତ୍ୟାଗ ଏବଂ ଧମକ ଦେବା ଭଳି ଗୁରୁତର ଅଭିଯୋଗକୁ ନେଇ ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ....

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ

ରାଜ୍ୟ ପୋଲିସ ମୁଖ୍ୟାଳୟ    ଓଡ଼ିଶା ପୋଲିସର  ସଫଳତା: ଜାନୁୟାରୀରୁ ଜୁନ 2026 ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁ....

ଅଟୋ ଧକ୍କାରେ ୩ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର

ଅନୁଗୋଳ : ଜରପଡା ଥାନା ଅନ୍ତର୍ଗତ ଉଗି ଗାଁ ଦେହୁରୀ ସାହି ସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ୩ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ....

ସାନ ବନ୍ଦାଳ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ

ଅସ୍ତରଙ୍ଗ:(ଆଦିତ୍ୟ ବିଶ୍ୱାଳ ) ସାନ-ସିରେଇ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ |ଉଦୟପୁର ଗାଁ ରଅବିବାହିତ ଯୁବକ ବୁଧେଶ୍ୱର ପ୍ରଧାନ ଙ୍କ (30)ସନ୍ଦେହଜନକ ମୃତ୍ୟୁ ଅସ୍ତରଙ୍ଗର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.