ଦିଲ୍ଲୀ : ମୁଣ୍ଡ ଉପରେ ଲୋକସଭା ନିର୍ବାଚନ ଥିବାରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ କରି ତିଆରି କରୁଛି ରଣନୀତି । ବିଜୟ ଲକ୍ଷ୍ୟ ନେଇ ୧୯ସୂତ୍ରୀ ପ୍ଲାନ କରିଛି ଭାରତୀୟ ଜନତା ପାର୍ଟି । ଏପରିକି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ପରେ ଏବେ ଆକ୍ସନ ମୋଡକୁ ଆସିଛି ଦଳ । ଏହିକ୍ରମରେ ଦଳର ଜାତୀୟ ସଚିବ ପଦରୁ ହଟିଛନ୍ତି ପଶ୍ଚିମବଙ୍ଗର ନେତା ଅନୁପମ ହଜରା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ସାଂଗଠନିକ ବୈଠକ କରିବା ପରେ ଏଭଳି ଆକ୍ସନ ନେଇଛନ୍ତି । କାରଣ ଅନେକ ଦିନ ଧରି ଦଳର କାର୍ଯ୍ୟକଳାପକୁ ସମାଲୋଚନା କରି ଆସୁଥିଲେ ଲୋକସଭାର ପୂର୍ବତନ ସାଂସଦ ଅନୁପମ ହଜରା । ତେଣୁ ଦଳ ଭିତରେ ଥିବା ମତ ଭେଦକୁ ସାଂଗଠନିକ ଅନୁଶାସନ ଭିତରେ ବଜାୟ ରଖିବା ସହ ଦଳର ନେତୃତ୍ୱଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ଯାହା ନଡା ଏବଂ ଶାହଙ୍କ ଏକ ବଡ ବାର୍ତା ବୋଲି ଆଲୋଚନା ହେଉଛି ।
ଏଠାରେ କହିରଖୁଛୁ ଯେ ମଙ୍ଗଳବାର ପଶ୍ଚିମବଙ୍ଗ ଗସ୍ତ କରି ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଜେପି ନଡ୍ଡା ଓ ଅମିତ ଶାହ । ପରେ ଆଇଟି ସେଲ ଏବଂ ଯୁବକ ତଥା ଅନ୍ୟ ମୋର୍ଚ୍ଚାର ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।ଏସବୁ ପରେ ଶାହ କହିଛନ୍ତି ଯେ, ବଙ୍ଗଳାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱାସ କରୁଛନ୍ତି । ଏବଂ ଆଗାମୀ ନିର୍ବାଚନରେ ରାଜ୍ୟର ୪୨ଟି ଲୋକସଭା ଆସନ ମଧ୍ୟରୁ ୩୫ଟି ବିଜେପିକୁ ଦେଇ ଆଶୀର୍ବାଦ ଦେବାକୁ ପ୍ରସ୍ତୁତ ଅଛନ୍ତି ।
ତେବେ ସେ ଯାହା ବି ହେଉ ଆଗାମୀ ଇଲେକସନକୁ ଦୃଷ୍ଟିରେ ରଖି ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଚାଣକ୍ୟ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡା । ଏନେଇ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଡିସେମ୍ବର ୩୧ପୂର୍ବରୁ ରାଜ୍ୟ ପଦାଧିକାରୀ ସହ ଜିଲ୍ଲା ସ୍ତରୀୟ ମିଟିଂ କରାଯିବାକୁ ଯୋଜନା ହୋଇଛି । ସେହିପରି ଜାନୁଆରୀ ୫ପୂର୍ବରୁ ରାଜ୍ୟ ସ୍ତରରେ ସମସ୍ତ ମୋର୍ଚ୍ଚାର ବୈଠକ ହେବ ବୋଲି ଜଣାପଡିଛି । ତେଣୁ ପ୍ରସ୍ତୁତ ହୋଇଥିବା ୧୯ସୂତ୍ରୀ ଫର୍ମୁଲାକୁ ନେଇ ତାର ରୋଡମ୍ୟାପ ତିଆରି କରୁଛି ଦଳ ।
ଅସ୍ତରଙ୍ଗ, (ପ୍ରସାର ଖୁଣ୍ଟିଆ): ଶନିବାର ଅସ୍ତରଙ୍ଗ ପଞ୍ଚାୟତ ସମିତିର ଷଷ୍ଠ ତମ ବୈଠକ ଅଧ୍ୟକ୍ଷା ଆରତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କାକଟପୁର ବିଧାୟକ ତୁଷାର କନ୍ତି ବେ....
ଦଶହରା ଦୁର୍ଗାମେଢ଼ଗୁଡ଼ିକୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ....
ପୁଣି ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନ ଜବତ ହୋଇଛି । ଲଗେଜ ବ୍ୟାଗ୍ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହ....
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍....
Join our newsletter and get updates in your inbox. We won't spam you and we respect your privacy.