ଭୁବନେଶ୍ୱର, ୧୯.୧୨ : ପଞ୍ଚପାଣ୍ଡବ ଶୈଳବାଳା ଉଚ୍ଚ ବିଦ୍ୟାଳୟ, ଧନିଶୋ ୧୯୯୪ ବ୍ୟାଚ୍ର ବନ୍ଧୁମିଳନ ଆସନ୍ତା ଡିସେମ୍ବର ୨୪ ତାରିଖ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଶିକ୍ଷାଦାନ କ୍ଷେତ୍ରରେ ଗୁରୁ ଓ ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ କରି ରଖବା ସହ କର୍ମମୟ ଜଞ୍ଜାଳ ମଧ୍ୟରେ ଟିକେ ମନୋରଞ୍ଜନ ଓ ଚିତ୍ତବିନୋଦନ ତଥା ବିଗତ ଦିନର ବନ୍ଧୁତ୍ୱର ସମ୍ପର୍କକୁ ଅଧିକ ଶାଣିତ, ସୁଦୃଢ, ସଶକ୍ତ ଓ ସୁମଧୁର କରିବା ପାଇଁ ଏହି ବନ୍ଧୁମିଳନ ଅନୁଷ୍ଠିତ ହେବ ।
ସମୟର ଚଲାପଥରେ ୧୯୯୪ ବ୍ୟାଚ୍ର ପ୍ରତିଟି ସାଥୀ ଅନେକ ପାହାଚ ଅତିକ୍ରମ କରିସାରିଲେଣି । ନିଜ ନିଜ ଜୀବନଚର୍ଯ୍ୟାରେ ସଭିଏଁ ବ୍ୟସ୍ତ । ସେହି କର୍ମମୟ ଜୀବନଶୈଳୀରୁ କିଛି ମୁହୂର୍ତ୍ତ ଚୋରାଇ ଆଣି, ପଛରେ ଛାଡ଼ି ଆସିଥିବା ସ୍ମୃତିର ସେହି ପଦଚିହ୍ନ ଆଡ଼କୁ ଟିକେ ଲେଉଟି ଚାହିଁବା ସହ, ସମ୍ପର୍କର ସେତୁକୁ ଅକ୍ଷୁର୍ଣ୍ଣ ଓ ଅତୁଟ ରଖି, ସେଥିରେ ସୌହାର୍ଦ୍ଦ୍ୟର ପ୍ରଲେପ ଟିକେ ବୋଳିଦେବା ହିଁ ଏହି ବନ୍ଧୁମିଳନର ଅସଲ ଉଦ୍ଦେଶ୍ୟ । ଏକାତ୍ମା ହୋଇନପାରିଲେ ବି ଗୋଟିଏ ଜାଗାରେ ଏକତ୍ରିିତ ହେବା ଓ ପରସ୍ପର ମଧ୍ୟରେ ସୁଖ, ଦୁଃଖକୁ ନେଇ କିଛି ଏକାନ୍ତ ସମୟ ବିତାଇବା ମଧ୍ୟ ସାମ୍ପ୍ରତିକ ସମୟରେ ଗୋଟିଏ ଉଦାହରଣୀୟ ଉପଲବ୍ଧ । ବ୍ୟକ୍ତିକୈନ୍ଦ୍ରିକ ବିଚାରଧାରା ଆଜି ଯେତେବେଳେ ସମଗ୍ର ସମାଜକୁ ସଂକ୍ରମିତ କରିବା ସହ କରାୟତ ଓ କବଳିତ କରିଦେଇଛି, ଠିକ୍ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୯୯୪ ବ୍ୟାଚ୍ର ସାଥୀମାନେ ଆତ୍ମିୟତା ଓ ଆନ୍ତରିକତା ସହ ଆନନ୍ଦ ଓ ଉଲ୍ଲାସରେ ପରସ୍ପରକୁ ଆଲିଙ୍ଗନ କରିନେବାର ଉଦ୍ୟମ ବାସ୍ତବରେ ଏକ ଉତ୍ସାହପ୍ରଦ ଉତ୍ସବ । ସେହିପରି କୌଣସି ପଞ୍ଚତାରକା ହୋଟେଲ, ପାର୍କ ବା ଦର୍ଶନୀୟ ସ୍ଥାନରେ ନକରି ବିଗତ ଦିନରେ ପଢିଥିବା ସେହି ବିଦ୍ୟାଳୟ ପରିସରରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋବ । ଆଜିର ସମାଜରେ କିଛି ଭଲ କାମ କରିବା ଓ ମା’, ମାଟି, ମାତୃଭାଷାକୁ ଗୁରୁତ୍ୱ ତଥା ନୈତିକ ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ଏହି ବନ୍ଧୁ ମିଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜୟ ନାୟକ, ସୁବାଷ କୁମାର ତାରଣିଆଁ, ସଞ୍ଜୟ ବିଶ୍ୱାଳ, ସୁଧାଂଶୁ ମଲ୍ଲିକ, କୃଷ୍ଣଚନ୍ଦ୍ର ସେଠୀ, ସନ୍ଧ୍ୟାରଣୀ ପରିଡ଼ା, ସସ୍ମିତା ପ୍ରଧାନ ପ୍ରମୁଖ ଜଣାଇଛନ୍ତି ।
ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପ....
ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ମହିଳା ଫୁଟବଲର ଆଉ ଏକ ଗୁରୁଦାୟିତ୍ବ ମିଳିଛି। ଶ୍ରଦ୍ଧାଞ୍ଜଳି ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ....
ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୪ ତମ କ୍ରୀଡା ଉତ୍ସବ, ଯଥା ମଙ୍ଗଳ ବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଦିବ....
ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ....
Join our newsletter and get updates in your inbox. We won't spam you and we respect your privacy.