ଶେଷରେ ଗିରଫ ହେଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ। ଟୁଟୁଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍ ଗିରଫ କରିଛି।ଏନେଇ ସୂଚନା ଦେଇଛନ୍ତି ଜୋନ୍-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସିର ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି।
ଆଜି ଦିନ ଗୋଟାଏ ବେଳେ ଜେରା ପାଇଁ ସେ ଥାନାରେ ହାଜର ହୋଇଥିଲେ। ଦୁଇ ଘଣ୍ଟା ଧରି ଜେରା ପରେ ତାଙ୍କୁ ପୋଲିସ ଗିରଫ କରିଛି। ଟୁଟୁ ନାୟକ ଜେରା ପାଇଁ ଥାନାରେ ହାଜର ବେଳେ ଓଡ଼ିଶା ସିନେମା ଜଗତର ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହା ସହ ଗଣମାଧ୍ୟମ ର ପ୍ରବଳ ଭିଡ ଜମିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୃତୟନ ହୋଇଥିଲା। ଗତକାଲି ଟୁଟୁ ନାୟକ ଇ ଟିଭି ଭାରତ ର ସାମ୍ବାଦିକା ଦେବସ୍ମୀତା ରାଉତ ଙ୍କୁ ସିନେମା ହଲରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ।
ଘଟଣାଟି କିଛି ଏପରି ଥିଲା। ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ ଦେବସ୍ମିତା। ସେ ଗେଟ୍ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିବା ଅଭିଯୋଗ ହୋଇଥିଲା।
ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ଫିଲ୍ମ ହଲ୍ରେ ପହଞ୍ଚି ଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହି ମାମଲାରେ ଆଜି ଓଡ଼ିଶା ୱିମେନ୍ ଆଣ୍ଡ ମିଡ଼ିଆର ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।
ସେପଟେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧକ୍ଷା ମିନତୀ ବେହେରା।
ମହିଳା କମିଶନଙ୍କ ରିପୋର୍ଟ ତଲବ ପରେ ତତ୍ପର ହୋଇଥିଲା କମିଶନରେଟ୍ ପୁଲିସ୍। ପ୍ରଯୋଜକ ଟୁଟୁ ନାୟକଙ୍କୁ କଟକ ସ୍ଥିତ ତାଙ୍କ ଘରୁ ଉଠାଇ ଆଣିଥିଲା ପୁଲିସ। ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା ହୋଇଥିଲା।
ସେପଟେ ପ୍ରଯୋଜକ ଟୁଟୁ ନାୟକ ବନ୍ଧୁ ସୁଧାକର ବସନ୍ତ କହିଛନ୍ତି ଟୁଟୁ ଭୁଲ ମାଗିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ଅନୁଗୋଳ : ଜରପଡା ଥାନା ଅନ୍ତର୍ଗତ ଉଗି ଗାଁ ଦେହୁରୀ ସାହି ସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ୩ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ....
ଅସ୍ତରଙ୍ଗ:(ଆଦିତ୍ୟ ବିଶ୍ୱାଳ ) ସାନ-ସିରେଇ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ |ଉଦୟପୁର ଗାଁ ରଅବିବାହିତ ଯୁବକ ବୁଧେଶ୍ୱର ପ୍ରଧାନ ଙ୍କ (30)ସନ୍ଦେହଜନକ ମୃତ୍ୟୁ ଅସ୍ତରଙ୍ଗର....
ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା। ....
IPS ଆଶିଷ ସିଂଙ୍କ ବିରୋଧରେ ଅଭିଯୋଗ ସତ , ଖୁଲାସା ହେଲା ମେଡିକାଲ ରିପୋର୍ଟ ECIରେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିଶନ , ସ୍ବତନ୍ତ୍ର ମ....
Join our newsletter and get updates in your inbox. We won't spam you and we respect your privacy.