ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଇଉଟେକ ସର୍ଭିସ ଓ ପର୍ଯ୍ୟଟନ ବିଭାଗ ର ସିକୁରିଟି ଗାର୍ଡ, ଲାଇଫ ଗାର୍ଡ ନିଯୁକ୍ତି  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।

ମାଲକାନଗିରି, ୨୫/୯ (ସତ୍ୟ ନାରାୟଣ ଦାଶ) ଆଜି ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ ବଳଭଦ୍ର ମାଝୀ।  ଆଜି ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଇଂ ମାଝୀ ଯୋଗ ଦେଇ ୧୦ ବର୍ଷରୁ କମ୍ ବାଳିକା ମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନା ରେ ଏକାଉଣ୍ଟ୍ ଖୋଲିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଏସବିଆଇ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଷୋୟୀ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଚକ୍ରଧର ନାୟକ ଓ ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଅଭିଭାବକ ମାନଙ୍କୁ ୧୦ ରୁ କମ୍ ବର୍ଷ ବାଳିକାଙ୍କୁ ଏହି ଯୋଜନାରେ ଖାତା ଖୋଲିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେ କହିଥିଲେ। ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏହା ଏକ ସଞ୍ଚୟ ଯୋଜନା ।  ଏଥିରେ  ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶ  ଅଟେ ବୋଲି ସାଂସଦ ସୂଚନା ଦେଇଥିଲେ ।ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ୨୨ ଗୋଟି ବିଦ୍ୟାଳୟ ର ୧୦୦ ଜଣ ବାଳିକା ଙ୍କର ଆଜି ଏହି ଯୋଜନାରେ ଖାତା ଖୋଲା ଯାଇଛି । ସାଂସଦ ଏବଂ ଜିଲ୍ଲାପାଳ ନୂତନ ଭାବେ ଏହି ଯୋଜନାରେ ଏକାଉଣ୍ଟ୍ ଖୋଲିଥିବା ବାଳିକାଙ୍କର ଅଭିଭାବକଙ୍କୁ ଖାତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ନିଜେ ୧୦ ହଜାର  ଓ ବ୍ୟାଙ୍କ୍ କର୍ମଚାରୀ ୧୫ ହଜାର ଅର୍ଥାତ୍ ସମୁଦାୟ ୨୫ ହଜାର ଟଙ୍କା ର ପ୍ରାରମ୍ଭିକ କିସ୍ତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ମଧ୍ଯ ଅଭିଭାବକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ସେ ନିଜ ଝିଅର ଏହି ଯୋଜନାରେ ଖାତା ଖୋଲିଛନ୍ତି  ବୋଲି ସୂଚନା ଦେଇଥିଲେ।  ସାଂସଦ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ବିଷୟରେ ମଧ୍ଯ ଲୋକଙ୍କୁ ସଚେତନ କରିଛନ୍ତି। ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା  ହେଉଛି ଏକ ବର୍ଷିକିଆ ଜୀବନ ବୀମା ଯୋଜନା, ଯାହା ବ୍ୟାଙ୍କ ଖାତାଧାରୀଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା କଭରେଜ୍ ପ୍ରଦାନ କରିଥାଏ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।

ନୂତନ ପ୍ରୟୋଗ କବିତାକୁ ଆହୁରି  ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।

ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ

ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.