ମାଲକାନଗିରି, ୧୫/୯ (ସତ୍ୟ ନାରାୟଣ ଦାଶ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଜାତୀୟ ସ୍ତରୀୟ ଅଭିଯାନ ଯାହା ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ଏକ ସୁସ୍ଥ ଭବିଷ୍ୟତ ପୀଢ଼ି ଗଠନ ପାଇଁ ଶିବିର ପଦ୍ଧତି ମାଧ୍ୟମରେ ସମସ୍ତ ବୟସର ମହିଳା ଏବଂ ଝିଅ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟ ସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ଉପସ୍ଥିତ ଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ।ଏହି ଅଭିଯାନରେ ନାରୀ ମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରାଯିବ ଯେମିତି କି ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସେବା ସହିତ ପ୍ରତ୍ୟେକ ବୟସର ଝିଅମାନଙ୍କର (ବିଶେଷକରି କିଶୋରୀ ମାନଙ୍କ) ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମାଧ୍ୟମରେ କରାଯିବ । ଏଥି ସହିତ ରକ୍ତ ପରୀକ୍ଷା, ରକ୍ତଦାନ ଶିବିର, ଅଣ ସଂକ୍ରାମକ ରୋଗ ପରୀକ୍ଷା, ରକ୍ତହୀନତା ର ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ରକ୍ତ ଶିକୁଳି ପରୀକ୍ଷା, ଗର୍ଭବତୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ଏହି ଶିବିରରେ ଆୟୋଜନ କରାଯିବ ।କେବଳ ଜିଲ୍ଲା ସ୍ତରରେ ନୁହେଁ ଏହି ଶିବିର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ କରାଯିବ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସ ଓ ଏଡିପିଏଚଓ ନିହାର ରଞ୍ଜନ ପ୍ରହରାଜ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ,ଶିକ୍ଷା ,ମହିଳା ଓ ଶିଶୁ ବିକାଶ,ଜିଲ୍ଲା ସମାଜ ମଙ୍ଗଳ ତଥା ମିଶନ ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଉକ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ , ଗୋଷ୍ଠୀ ଚିକିତ୍ସାଳୟ ସମ୍ମୁଖରେ ଶିବିର ଆୟୋଜନ କରାଯାଇ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ମଧ୍ଯ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ଼ଃ ମୌସୁମୀ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅସ୍ତରଙ୍ଗ, (ପ୍ରସାର ଖୁଣ୍ଟିଆ): ଶନିବାର ଅସ୍ତରଙ୍ଗ ପଞ୍ଚାୟତ ସମିତିର ଷଷ୍ଠ ତମ ବୈଠକ ଅଧ୍ୟକ୍ଷା ଆରତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କାକଟପୁର ବିଧାୟକ ତୁଷାର କନ୍ତି ବେ....
ଦଶହରା ଦୁର୍ଗାମେଢ଼ଗୁଡ଼ିକୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ....
ପୁଣି ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନ ଜବତ ହୋଇଛି । ଲଗେଜ ବ୍ୟାଗ୍ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହ....
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍....
Join our newsletter and get updates in your inbox. We won't spam you and we respect your privacy.